ଓଡିଶା

odisha

By

Published : Apr 2, 2021, 7:34 PM IST

ETV Bharat / state

ଗଞ୍ଜେଇ ବେପାର କରି ବନ୍ଧା ହେଲେ ବୃଦ୍ଧ

ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଅନୁଗୋଳରେ ଚାଲାଣ କରୁଥିବା ଜଣେ 74 ବର୍ଷୀୟ ବୃଦ୍ଧ ଗିରଫ । ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ । ଅଧିକ ପଢନ୍ତୁ...

ବୃଦ୍ଧ କାଳେ ଗଞ୍ଜେଇ ବେପାର, ବନ୍ଧା ହେଲା ଅଭିଯୁକ୍ତ
ବୃଦ୍ଧ କାଳେ ଗଞ୍ଜେଇ ବେପାର, ବନ୍ଧା ହେଲା ଅଭିଯୁକ୍ତ

ଅନୁଗୋଳ: ବୃଦ୍ଧ କାଳେ ଗଞ୍ଜେଇ ବେପାର ପଡିଲା ମହଙ୍ଗା । ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଅନୁଗୋଳରେ ଚାଲାଣ କରୁଥିବା ଜଣେ 74 ବର୍ଷୀୟ ବୃଦ୍ଧକୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ଜିଲ୍ଲା ତଳମୂଳ ଗାଁର ରମେଶ ନାଥ । ତାଙ୍କ ଠାରୁ 28 କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 3 ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି ।

ବୃଦ୍ଧ କାଳେ ଗଞ୍ଜେଇ ବେପାର, ବନ୍ଧା ହେଲା ଅଭିଯୁକ୍ତ

ସୂଚନାଯୋଗ୍ୟ, ବୃଦ୍ଧ ଜଣକ ଗଞ୍ଜେଇ ଚାଲାଣ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅନୁଗୋଳ ଅବକାରୀ ସ୍ପେଶାଲ ସ୍କ୍ବାର୍ଡ । ଏହାପରେ ଶୁକ୍ରବାର ଦିନ ଅବକାରୀ ବିଭାଗ ତଳମୂଳ ଗାଁରେ ଚଢାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତେବେ କିଭଳି ପରିଣତ ବୟରରେ ବୃଦ୍ଧଟି ବେପାର କରୁଥିଲେ ନା ତାଙ୍କୁ ଆଉ କେହି ଏହି ବ୍ୟବସାୟରେ ସାହାଯ୍ୟ କରୁଥିଲେ, ସେନେଇ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details