ଅନୁଗୋଳ: ଜିଲ୍ଲା ଆମ୍ବସରମୁଣ୍ଡା ପଞ୍ଚାୟତ ବନ୍ଦ ସାହିରେ ଅଘଟଣ । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ହେଲେ ମାନସ ନାଏକ । ସେପଟେ, ହତ୍ୟା ଅଭିଯୋଗ ଆଣିଲେ ପରିବାର ।
ମାନସ ଶ୍ରମିକ ଭାବେ ବେଙ୍ଗାଲୁରୁରେ କାମ କରୁଥିବାବେଳେ ଗତ କିଛି ଦିନ ହେବ ସେ ଗାଁକୁ ଆସିଥିଲେ । ଗତକାଲି ରାତିରେ ସେ ଘରକୁ ଫେରିନଥିବାବେଳେ ଶନିବାର ତାଙ୍କ ମୃତଦେହକୁ ଗାଁ ନିକଟସ୍ଥ ଏକ ଆମ୍ବ ଗଛରୁ ଉଦ୍ଧାର କରାଯାଇଛି ।