ଓଡିଶା

odisha

ETV Bharat / state

4 ଦିନ ହେଲା ନିଖୋଜ ଥିଲେ, ନାଳରୁ ମିଳିଲା ମୃତଦେହ - ଅନୁଗୋଳ ଖବର

ଜିନ୍ଦଲ କାରଖାନା ପାର୍ଶ୍ୱ ନାଳରୁ ମିଳିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ହତ୍ୟା କରାଯାଇଥିବା ସନ୍ଦେହ । ଯାହାକୁ ନେଇ ପୋଲିସ ଆରମ୍ଭ କରିଛି ତନାଘନା । ଅଧିକ ପଢନ୍ତୁ...

ଜିନ୍ଦଲ ପ୍ଲାଣ୍ଟ ପାଖ ନାଳରୁ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
ଜିନ୍ଦଲ ପ୍ଲାଣ୍ଟ ପାଖ ନାଳରୁ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

By

Published : Oct 1, 2021, 12:02 PM IST

Updated : Oct 1, 2021, 12:35 PM IST

ଅନୁଗୋଳ: ଜିନ୍ଦଲ କାରଖାନା ପାର୍ଶ୍ୱ ନାଳରୁ ମିଳିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ଚାରିଦିନ ହେବ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ନାଳ ଭିତରୁ ସନ୍ଦେହ ଜନକ ଭାବେ ମିଳିଥିବାରୁ ଏହା ହତ୍ୟାକାଣ୍ତ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଯାହାକୁ ନେଇ ପୋଲିସ ଆରମ୍ଭ କରିଛି ତନାଘନା ।

4 ଦିନ ହେଲା ନିଖୋଜ ଥିଲେ, ନାଳରୁ ମିଳିଲା ମୃତଦେହ

ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କାଳିଆକଟା ଗାଁର ଡିଲେଶ୍ୱର ପ୍ରଧାନ ନାମକ ଜଣେ ଯୁବକଙ୍କ ଗତ ସୋମବାର ଘରୁ କେଉଁଆଡ଼େ ପଳାଇ ଥିଲେ। ତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଭାବେ ଜଣାଇ ଥିଲେ । ପୋଲିସ ମଧ୍ୟ ବହୁ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା ।

ଆଜି କିଛି ଗ୍ରାମବାସୀ ସେହି ନାଳ ଆଡେ ଯାଇଥିଲେ । ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଫଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ତେବେ ଡିଲେଶ୍ୱରର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏନେଇ ଅଧିକ ପୋଲିସ ତଦନ୍ତ କରୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Oct 1, 2021, 12:35 PM IST

ABOUT THE AUTHOR

...view details