ଅନୁଗୋଳ: ଅନୁଗୋଳ ଜିଲା ପାଳଲହଡାର ଖମାର ଥାନା ରଜଡଙ୍ଗ ପଞ୍ଚାୟତ ବଡଗୁଣ୍ଡ ଗାଁରେ ଟ୍ରାକ୍ଟର ଓଲଟି ଜଣେ ଶିଶୁ ମୃତ । ଏହି ଦୁର୍ଘଟଣାରେ 3 ଶିଶୁ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ରବିବାର କିଛି ଛୋଟ ପିଲା ଗାଁର ଏକ ଟ୍ରାକ୍ଟର ଡାଲାରେ ଯାଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ସୁବାସ ହେମ୍ବ୍ରମ (୯ )ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଗାଁର ୩ ଶିଶୁ ଦେବେନ୍ ବୋଇପାଇ, ଆକାଶ ହେମ୍ବ୍ରମ ଓ ଦୀପକ ସମ୍ବାଡ (୫) ଗୁରୁତର ଆହତ ହୋଇ ପ୍ରଥମେ ଖମାର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।