ଓଡିଶା

odisha

ETV Bharat / state

ଅନୁଗୋଳରେ ଥମୁନି ସଂକ୍ରମଣ, 91 ନୂଆ ପଜିଟିଭ ଚିହ୍ନଟ - ଅନୁଗୋଳର ନୂଆ ପଜିଟିଭ ଚିହ୍ନଟ

ଅନୁଗୋଳ ଜିଲ୍ଲାରେ ବୃଦ୍ଧି ପାଉଛି ସଂକ୍ରମଣ । ଜିଲ୍ଲାରେ ଗୋଟିଏ ଦିନରେ 91 ନୂଆ ପଜିଟିଭ ମାମଲା ପ୍ରକାଶ ପାଇଛି । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର 603 ରେ ପହଞ୍ଚିଛି । ଅଧିକ ପଢନ୍ତୁ...

91 new positive case found in anugul
ଅନୁଗୋଳରେ ଥମୁନି ସଂକ୍ରମଣ, 91 ନୂଆ ପଜିଟିଭ ଚିହ୍ନଟ

By

Published : Oct 29, 2020, 8:18 AM IST

ଅନୁଗୋଳ: ଅନୁଗୋଳରେ ବଢୁଛି ସଂକ୍ରମଣ । ଜିଲ୍ଲାରେ ଦିନକୁ ଦିନ କାୟା ମେଲାଉଛି କୋରୋନା । ଏଠାରେ ବୁଧବାର ଗୋଟିଏ ଦିନରେ 91 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର 603 ରେ ପହଞ୍ଚିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୋଳରେ ଥମୁନି ସଂକ୍ରମଣ, 91 ନୂଆ ପଜିଟିଭ ଚିହ୍ନଟ

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ କଣିହାଁ ବ୍ଲକ ଅଞ୍ଚଳରୁ 24 ଜଣ, ଅନୁଗୋଳ ପୌରାଞ୍ଚଳରୁ 17 ଜଣ, ବଅଁରପାଳ ବ୍ଲକ ଅଞ୍ଚଳରୁ 16 ଜଣ, ତାଳଚେର ବ୍ଲକରୁ 14 ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ 7 ଜଣ, ଅନୁଗୋଳ ବ୍ଲକରୁ 6 ଜଣ, ପାଳଲହଡା ବ୍ଲକରୁ 3 ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 57 ଜଣ ପୁରୁଷ ରହିଥିବା ବେଳେ 32 ଟି ମହିଳା ଅଛନ୍ତି । ତେବେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଅନ୍ୟପଟେ ଜିଲ୍ଲାରୁ ବୁଧବାର ଦିନ 91 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 8 ଜଣ କୋଭିଡ ହସ୍ପିଟାଲରୁ, 2 ଜଣ କୋଭିଡ କେୟାର ସେଣ୍ଟରରୁ ଓ 81 ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details