ଓଡିଶା

odisha

ଅନୁଗୋଳରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 88 ଆକ୍ରାନ୍ତ ଚିହ୍ନଟ

By

Published : Oct 27, 2020, 8:52 PM IST

ଏହି କ୍ରମରେ ମଙ୍ଗଳବାର ଜିଲ୍ଲାରେ ୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୧୪ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ 88 ଆକ୍ରାନ୍ତ ଚିହ୍ନଟ
ଗୋଟିଏ ଦିନରେ 88 ଆକ୍ରାନ୍ତ ଚିହ୍ନଟ

ଅନୁଗୋଳ: ଅନୁଗୋଳରେ କମୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ମଙ୍ଗଳବାର ଜିଲ୍ଲାରେ ୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୧୪ରେ ପହଞ୍ଚିଛି ।

ଗୋଟିଏ ଦିନରେ 88 ଆକ୍ରାନ୍ତ ଚିହ୍ନଟ

ମଙ୍ଗଳବାର ଚିହ୍ନଟ 88 ଆକ୍ରାନ୍ତଙ୍କ ମଧ୍ୟରୁ ତାଳଚେର ବ୍ଲକ୍ ଅଞ୍ଚଳରୁ ୨୦ ଜଣ ( ୧୧ଜଣ ପୁରୁଷ ଓ ୯ ଜଣ ମହିଳା ), ଅନୁଗୋଳ ପୌରାଞ୍ଚଳରୁ ୧୮ଜଣ ( ୧୧ଜଣ ପୁରୁଷ ଓ ୭ଜଣ ମହିଳା ), ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୧୭ ଜଣ ( ୮ ଜଣ ପୁରୁଷ ଓ ୯ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୨ଜଣ ( ୭ ଜଣ ପୁରୁଷ ଓ ୫ ଜଣ ମହିଳା ), କଣିହାଁ ବ୍ଳକ୍ ଅଞ୍ଚଳରୁ ୬ଜଣ ( ୫ ଜଣ ପୁରୁଷ ଓ ୧ ଜଣ ମହିଳା ), ତାଳଚେର ପୌରାଞ୍ଚଳରୁ ୩ଜଣ ( ୧ ଜଣ ପୁରୁଷ ଓ ୨ ଜଣ ମହିଳା ) , ପାଳଲହଡା ବ୍ଳକ୍ ଅଞ୍ଚଳରୁ ୩ଜଣ ( ୩ଜଣ ପୁରୁଷ ), ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ଜଣ ( ୩ଜଣ ପୁରୁଷ ), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ), କିଶୋରନଗର ବ୍ଳକ୍ ଅଞ୍ଚଳରୁ ୨ ଜଣ ( ୨ ଜଣ ପୁରୁଷ ) ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ( ୧ଜଣ ପୁରୁଷ ଓ ୧ ଜଣ ମହିଳା) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜେଟିଭ ହୋଇଥିବାର ଜଣାପଡିଛି । ଅନ୍ୟପଟେ 24 ଘଣ୍ଟାରେ ଜିଲ୍ଲାରୁ ୧୪୬ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ ହସ୍ପିଟାଲ, ୬ ଜଣ କୋଭିଡ କେୟାର ସେଣ୍ଟର ଓ ୧୨୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details