ଓଡିଶା

odisha

ETV Bharat / state

ଅନୁଗୋଳରେ ପୁଣି ବଢିଲା ସଂକ୍ରମଣ, ଦିନକରେ ୮୩ ନୂଆ ଆକ୍ରାନ୍ତ ଚିହ୍ନଟ - 83 more corona case reported in angul

କିଛି ଦିନର ବ୍ୟବଧାନ ପରେ ଅନୁଗୋଳ ପୁଣି ଚିନ୍ତା ବଢାଇଛି ସଂକ୍ରମଣ । ଅନୁଗୋଳରେ ଶୁକ୍ରବାର ୮୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୪୦ରେ ପହଞ୍ଚିଛି । ଅଧିକ ପଢନ୍ତୁ...

83 more corona positive case reported in angul, total rises to 10,440
ଅନୁଗୋଳରେ ପୁଣି ବଢିଲା ସଂକ୍ରମଣ, ଦିନକରେ ୮୩ ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Nov 21, 2020, 9:37 AM IST

ଅନୁଗୋଳ: କିଛି ଦିନର ବ୍ୟବଧାନ ପରେ ଅନୁଗୋଳ ପୁଣି ଚିନ୍ତା ବଢାଇଛି ସଂକ୍ରମଣ । ଅନୁଗୋଳରେ ୫୦ ତଳେ ରାହୁଥୁବ ସଂକ୍ରମିତଙ୍କ ସଂଖ୍ୟା ଏବେ ୧୦୦ ଆଡକୁ ଗତ କଲାଣି । ଜିଲ୍ଲାରୁ ଶୁକ୍ରବାର ୮୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୪୦ ରେ ପହଞ୍ଚିଛି ।

ଅନୁଗୋଳରେ ପୁଣି ବଢିଲା ସଂକ୍ରମଣ, ଦିନକରେ ୮୩ ନୂଆ ଆକ୍ରାନ୍ତ ଚିହ୍ନଟ

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ସର୍ବାଧିକ ୨୪ ଜଣ ( ୯ ଜଣ ପୁରୁଷ ଓ ୧୫ ଜଣ ମହିଳା ) , କଣିହାଁ ବ୍ଳକ ଅଞ୍ଚଳରୁ ୧୩ ଜଣ ( ୧୧ ଜଣ ପୁରୁଷ ଓ ୨ ଜଣ ମହିଳା), ବଅଁରପାଳ ବ୍ଲକ ଅଞ୍ଚଳରୁ ୧୩ ଜଣ (୯ ଜଣ ପୁରୁଷ ଓ ୪ ଜଣ ମହିଳା), ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧୧ ଜଣ ( ୫ ଜଣ ପୁରୁଷ ଓ ୬ ଜଣ ମହିଳା) , ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ ( ୮ ଜଣ ପୁରୁଷ ଓ ୨ ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୮ ଜଣ ( ୭ ଜଣ ପୁରୁଷ ଓ ୧ ଜଣ ମହିଳା), ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ( ୧ଜଣ ପୁରୁଷ ଓ ୧ ଜଣ ମହିଳା ) , ପାଲଲହଡା ବ୍ଳକ ଅଞ୍ଚଳରୁ ୧ ଜଣ ( ୧ ଜଣ ପୁରୁଷ ) ଓ ଅନୁଗୋଳ ବ୍ଳକ ଅଞ୍ଚଳରୁ ଜଣେ ( ଜଣେ ମହିଳା ) ଅଛନ୍ତି ।

ତେବେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଆଇସୋଲେସନ୍ ରଖାଯାଇ ନୀରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି | ସେପଟେ ଜିଲ୍ଲାରୁ ୬୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ କୋଭିଡ ହସ୍ପିଟାଲରୁ ହୋଇଥିବା ବେଳେ ୫୬ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details