ଓଡିଶା

odisha

ETV Bharat / state

ବିଶ୍ଵକର୍ମା ପୂଜାରେ ଅଘଟଣ, ଟେଣ୍ଟ ଭୁଶୁଡ଼ି ୮ ଶ୍ରମିକ ଆହତ

ଅନୁଗୋଳ ନାଲକୋ ବିଶ୍ଵକର୍ମା ପୂଜାରେ ଟେଣ୍ଟ ନିର୍ମାଣ ବେଳେ ମାଡି ବସିବାରୁ ୮ ଜଣ ଟେଣ୍ଟ କର୍ମଚାରୀ ଗୁରୁତର । ତେବେ ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଟେଣ୍ଟ ସ୍ଥଳରେ କେହି ନଥିବାରୁ ଏକ ବଡ଼ ଧରଣର ବିପତ୍ତି ଟଳି ଯାଇଥିବା କୁହାଯାଉଛି । ଅଧିକ ପଢ଼ନ୍ତୁ

ବିଶ୍ଵକର୍ମା ପୂଜାରେ ଅଘଟଣ, ଟେଣ୍ଟ ଭୁଶୁଡ଼ି ୮ ଶ୍ରମିକ ଆହତ
ବିଶ୍ଵକର୍ମା ପୂଜାରେ ଅଘଟଣ, ଟେଣ୍ଟ ଭୁଶୁଡ଼ି ୮ ଶ୍ରମିକ ଆହତ

By

Published : Sep 18, 2022, 8:43 AM IST

ଅନୁଗୋଳ: ବିଶ୍ଵକର୍ମା ପୂଜାରେ ଅଘଟଣ । ନିର୍ମାଣ ବେଳେ ଟେଣ୍ଟ ମାଡି ବସିବାରୁ ୮ ଜଣ ଟେଣ୍ଟ କର୍ମଚାରୀ ଗୁରୁତର । ଏଭଳି ଅଘଟଣ ଘଟିଛି ଅନୁଗୋଳ ଜିଲ୍ଲାର ନାଲକୋ ବିଶ୍ବକର୍ମା ପୂଜାରେ । ତେବେ ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଟେଣ୍ଟ ସ୍ଥଳରେ କେହି ନଥିବାରୁ ଏକ ବଡ଼ ଧରଣର ବିପତ୍ତି ଟଳି ଯାଇଥିବା କୁହାଯାଉଛି ।

ଅନୁଗୋଳ ଜିଲ୍ଲାର ନାଲକୋରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବିଶ୍ବକର୍ମା ପୂଜା । ତେବେ ଶନିବାର ଏଠାରେ ଖଦି ଓ ଗ୍ରାମ୍ୟଦୋଗ ଷ୍ଟଲ ପାଇଁ ହେଉଥିବା ଟେଣ୍ଟଟି ଭୁଶୁଡି ପଡିଛି । ଫଳରେ ଟେଣ୍ଟ ଉପରେ ଥିବା ୮ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ନାଲକୋ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ସମସ୍ତେ ସିଂ ଟେଣ୍ଟ ହାଉସର ଶ୍ରମିକ ବୋଲି ଜଣାପଡ଼ିଛି ।

ବିଶ୍ଵକର୍ମା ପୂଜାରେ ଅଘଟଣ, ଟେଣ୍ଟ ଭୁଶୁଡ଼ି ୮ ଶ୍ରମିକ ଆହତ

ଏହି ଦୁର୍ଘଟଣାରେ ଆହତ ଶ୍ରମିକମାନଙ୍କ ମଧ୍ୟରେ ବିରେନ୍ଦ୍ର ବିଶ୍ବାଳ, ମନୋଜ ସାହୁ, ବିମ୍ବାଧର ସାମଲ, ଅରକ୍ଷିତ ସାହୁ ଓ ମହରଗା ଭୁତିଆ ରହିଛନ୍ତି । ତେବେ ଏଠାରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶ୍ରମିକ ମାନେ । ତେବ ଟେଣ୍ଟ ନିର୍ମାଣ ସାରିଥିଲେ ଏଠାରେ ଖଦି ଓ ଗ୍ରାମଦ୍ୟୋଗ ହାଟର ଶୁଭାରମ୍ଭ ହୋଇଥାନ୍ତା । ସବୁଠାରୁ ବଡ଼ କଥା ହେଉଛି ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଟେଣ୍ଟ ସ୍ଥଳରେ କେହି ନଥିଲେ । ଫଳରେ ଏକ ବଡ଼ ଧରଣର ବିପତ୍ତି ଟଳି ଯାଇଥିବା କୁହାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details