ଅନୁଗୋଳ: ଜିଲ୍ଲାରୁ ଗୁରୁବାର ୭୪ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୭୪ରେ ପହଞ୍ଚିଛି ।
ଅନୁଗୋଳରେ ବଢୁଛି ସଂକ୍ରମଣ, ଗୁରୁବାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ - angul covid positive
02:26 November 20
ଅନୁଗୋଳରେ ବଢୁଛି ସଂକ୍ରମଣ, ଗୁରୁବାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ
ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ୨୧ ଜଣ ବଅଁରପାଳ ବ୍ଳକ ଅଞ୍ଚଳରୁ ୧୪, ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୧୧, ତାଳଚେର ବ୍ଲକ ଅଞ୍ଚଳରୁ ୧୧, ଅନୁଗୋଳ ବ୍ଳକ ଅଞ୍ଚଳରୁ ୭, କିଶୋରନଗର ବ୍ଳକ ଅଞ୍ଚଳରୁ ୨, ପାଲଲହଡା ବ୍ଳକ ଅଞ୍ଚଳରୁ ୨, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଜଣେ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଓ କଣିହାଁ ବ୍ଳକ ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସମସ୍ତେ ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଜିଲ୍ଲାରୁ ୯୬ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ କୋଭିତ ହସ୍ପିଟାଲରୁ ଓ ୮୯ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ