ଅନୁଗୋଳ: ଅନୁଷ୍ଠିତ ହୋଇଯାଇଛି ପୋଲିସ ଟ୍ରେନିଂ କଲେଜର ୫୬ ତମ ସମାବର୍ତ୍ତନ ଉତ୍ସବ । ଚଳିତ ବର୍ଷ କଲେଜରୁ ୭୨୨ ଜଣ ପ୍ରଶିକ୍ଷାର୍ଥୀ ପୋଲିସ ପ୍ରଶିକ୍ଷଣ ଶେଷ କରିବା ସହ ଓଡ଼ିଶା ପୋଲିସରେ ସାମିଲ ହୋଇଛନ୍ତି । ସମାବର୍ତ୍ତନ ଉତ୍ସବକୁ ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକ ତଥା ଅତିରିକ୍ତ ପୋଲିସ ଡ଼ିଜି ଅରୁଣ କୁମାର ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି ।
ପୋଲିସକୁ ନିଷ୍ଠା ଓ ସାମାଜିକ ଗୁରୁତ୍ଵକୁ ଉପଲବ୍ଧି କରି କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ସ୍ଵାଧୀନତା , ସମାନତା ଓ ଆଇନକୁ ଠିକ ରୂପେ କାର୍ଯ୍ୟକରିବାକୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଷଡ଼ଙ୍ଗୀ ଯୋଗଦେବା ପରେ ସମାବର୍ତ୍ତନ ଉତ୍ସବର ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।