ଓଡିଶା

odisha

ETV Bharat / state

୭୦୦ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ, ନିଯୁକ୍ତି ପାଇଁ ନିବେଦନ - ବିଜୁଳୀ କର୍ମଚାରୀ ବି

10 ବର୍ଷରୁ ଅଧିକ ହେବ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ବିତରକ ସଂସ୍ଥା ସେସୁ ଅଧୀନରେ ଥିବା ବିଭିନ୍ନ ଠିକା ସଂସ୍ଥାରେ କାମ କରୁଥିଲେ । ତେବେ ଜୁନ୍ ଏକ ତାରିଖରୁ ସେସୁକୁ ଟାଟା ପାୱାର ନେଇ ଯିବା ପରେ ଏବେ ଏମାନଙ୍କ ଚାକିରୀ ଯାଇଛି । ଅଧିକ ପଢନ୍ତୁ...

୭୦୦ ଠିକା ବିଜୁଳି କର୍ମଚାରୀ ଛଟେଇ, ଚାକିରୀ ପାଇଁ ନିବେଦନ
୭୦୦ ଠିକା ବିଜୁଳି କର୍ମଚାରୀ ଛଟେଇ, ଚାକିରୀ ପାଇଁ ନିବେଦନ

By

Published : Jun 5, 2020, 3:52 PM IST

ଅନୁଗୋଳ: ଜୁନ ଏକ ତାରିଖରୁ ଚାକିରି ହରାଇଛନ୍ତି ଅନୁଗୋଳ ଜିଲ୍ଲାରେ ବିଦ୍ୟୁତ ବିଭାଗରେ କାମ କରୁଥିବା ଠିକା ବିଦ୍ୟୁତ କର୍ମଚାରୀ । ଜିଲ୍ଲାରେ ପ୍ରାୟ ୭୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ । ଚାକିରୀ ଯିବା ପରେ ଏବେ ଏହି କର୍ମଚାରୀ କଣ କରିବେ ତାକୁ ନେଇ ଚିନ୍ତାରେ ।

୭୦୦ ଠିକା ବିଜୁଳି କର୍ମଚାରୀ ଛଟେଇ, ଚାକିରୀ ପାଇଁ ନିବେଦନ

ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏହି କର୍ମଚାରୀ ସଙ୍ଘ। ସଙ୍ଘର ଅଭିଯୋଗ ମୁତାବକ ଗତ 10 ବର୍ଷରୁ ଅଧିକ ଦିନ ହେବ ସେମାନେ ବିଦ୍ୟୁତ ବିତରକ ସଂସ୍ଥା ସେସୁ ଅଧୀନରେ ଥିବା ବିଭିନ୍ନ ଠିକା ସଂସ୍ଥାରେ କାମ କରୁଥିଲେ । ତେବେ ଜୁନ୍ ଏକ ତାରିଖରୁ ସେସୁକୁ ଟାଟା ପାୱାର ନେଇ ଯିବା ପରେ ଏବେ ଏମାନଙ୍କ ଚାକିରୀ ଯାଇଛି । ଯେଉଁଥିରେ ଅଛନ୍ତି , ମିଟର ରିଡ଼ର, ବିଲ୍‌ କଲେକ୍ଟର ଓ ମେଂଟେନାନ୍ସ କର୍ମଚାରୀ।

ଯଦି ସେମାନଙ୍କୁ ପୁନଃ ନିଯୁକ୍ତି ନଦିଆଯାଏ ତେବେ ସେମାନେ ନିଜ ପରିବାରକୁ ଧରି ଆନ୍ଦୋଳନକୁ ଓହ୍ଲାଇବାର ଧମକ ଦେଇଛନ୍ତି । ଏହାସହ ସରକାର ଏହି କର୍ମଚାରୀଙ୍କୁ ଟାଟା ଅଧୀନରେ ନିଯୁକ୍ତି ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details