ଓଡିଶା

odisha

ETV Bharat / state

ଦଲାଲ ଦମନ ଅଭିଯାନ, ଅନୁଗୋଳରୁ 7 ଗିରଫ - 7 ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଗିରଫ

ଅନୁଗୋଳ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 7 ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି ।

ଡିଜାଇନ ଫଟୋ

By

Published : Sep 27, 2019, 8:56 PM IST

ଅନୁଗୋଳ: ରାଜ୍ୟରେ ଥିବା ବିଭିନ୍ନ ମେଡିକାଲ ଓ ଆରଟିଓକୁ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଫୁଲ ଆକ୍ସନ ମୁଡରେ ପୋଲିସ । ଆଜି ପୁଣି ରାଜ୍ୟର ବିଭିନ୍ନ ଅଫିସରେ ଚଢାଉ କରି ଦଲାଲଙ୍କୁ ଗିରଫ କରିଛି ପୋଲିସ । ଅନୁଗୋଳ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 7 ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗରିବଙ୍କୁ ଶୋଷଣ କରିବା ସହ ଡାକ୍ତରମାନଙ୍କୁ ବିଭିନ୍ନ ସମୟରେ ଧମକ ଦେଇ ବଟି ଆଦାୟ କରୁଥିବା ଅଭିଯୋଗରେ ମେଡିକାଲରୁ ୪ ଦଲାଲଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ସେହିପରି ପରିବହନ କାର୍ଯ୍ୟାଳୟରେ ଦଲାଲଗିରି କରୁଥିବା ଦିବାକର ପତି, ସୁଦାମ ରାଉତ, ଶ୍ରୀଧର ସାହୁଙ୍କୁ ପୋଲିସ ଗିରଫ କରିଥିବା ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଅନୁଗୋଳ ପୋଲିସ ସୂଚନା ଦେଇଛି ।

ଅଗୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details