ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ଆକାଉଣ୍ଟରୁ 60ଲକ୍ଷ ଠକେଇ ଘଟଣା, ବ୍ୟାଙ୍କ ମ୍ୟାନେଜର ଗିରଫ - collector money loot by bank manager

ଅନୁଗୋଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୬୦ ଲକ୍ଷ ଟଙ୍କା ଗାୟବ ହେବା ଘଟଣାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଅନୁଗୋଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଡିଜାଇନ ଫଟୋ

By

Published : Sep 15, 2019, 11:18 AM IST

ଅନୁଗୋଳ: ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୬୦ ଲକ୍ଷ ଟଙ୍କା ଗାୟବ ହେବା ଘଟଣାର । ଏନେଇ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଅନୁଗୋଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଝନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁସାରେ, ଅନୁଗୋଳ HDFC ବ୍ୟାଙ୍କରେ ଜିଲ୍ଲାପାଳଙ୍କ ନାଁରେ ଏକ ଆକାଉଣ୍ଟ ରହିଥିବାବେଳେ ବିଭିନ୍ନ ସରକାରୀ ଟଙ୍କା ରଖାଯିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସେହି ଟଙ୍କାକୁ ଲଗାଯାଇଥାଏ । ତେବେ ଗତ କିଛିଦିନ ତଳେ ଏହି ଆକାଉଣ୍ଟର ଷ୍ଟେଟମେଣ୍ଟ ଅଣାଯିବା ପରେ ବିଭିନ୍ନ ସମୟରେ ୮ ଟି ଚେକ ମାଧ୍ୟମରେ ଏହି ଆକାଉଣ୍ଟରୁ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଉଠା ଯାଇଥିବା ଜଣାପଡିଥିଲା ।

ଆଉ ଯେଉଁ ଚେକ ମାଧ୍ୟମରେ ଏହି ଟଙ୍କା ଉଠା ଯାଇଥିଲା, ସେଥିରେ ଥିବା ଦସ୍ତଖତ ମଧ୍ୟ ଜାଲି ଥିବା ଜଣାପଡିଥିଲା । ତେବେ ଏନେଇ ଜିଲ୍ଲାପାଳ କୌଣସି ଚେକ ବୁକରେ ଟଙ୍କା ଉଠାଇ ନଥିବା ଜଣାପଡିବା ପରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଅନୁଗୋଳ ପୋଲିସ ଘଟଣାର ତଦନ୍ତ କରିବା ସମୟରେ HDFC ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଥିବା ଶକ୍ତି ବେଦାନ୍ତ ଦାସଙ୍କୁ ଭୁବନେଶ୍ଵରରୁ ଆଣି ପଚରା ଉଚରା କରିବା ପରେ ସତ ପଦାକୁ ଆସିଥିଲା । ଶକ୍ତି ନିଜେ ବିଭିନ୍ନ ସମୟରେ ବ୍ୟାଙ୍କରୁ ଟଙ୍କା ଉଠାଇ ପରେ ବ୍ୟାଙ୍କରେ ଚାକିରୀ ଛାଡିଦେଇଥିଲେ।

ଏବେ ଭୁବନେଶ୍ବରର HDFC ବ୍ୟାଙ୍କର ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟରତ ଥିବାବେଳେ ଅନୁଗୋଳ ପୋଲିସ ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଟଙ୍କା ହଡପ ଘଟଣାରେ ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀ କିମ୍ବା ଜିଲ୍ଲା ପ୍ରଶାସନର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details