ଓଡିଶା

odisha

ETV Bharat / state

ଜମୁଛି ଅନୁଗୋଳ ଗଜଲକ୍ଷ୍ମୀ ପୂଜା, ବଢୁଛି ଦେଖଣାହାରୀଙ୍କ ଭିଡ - ଅନୁଗୋଳର ଡେଲି ମାର୍କେଟ ପୂଜା କମିଟି

ପ୍ରସିଦ୍ଧ ‘ଲକ୍ଷ୍ମୀ ପୂଜା’ ଅବସରରେ ସମସ୍ତେ ପୂଜା ବୁଲିବା ସହିତ ପୂଜାର ଭରପୁର ଫାଇଦା ନେବାରେ ବ୍ୟସ୍ତ । ଚଳିତଥର ସହରରେ ୫୦ରୁ ଅଧିକ ମଣ୍ଡପରେ ମାଙ୍କୁ ଲକ୍ଷ୍ମୀ ଓ ଲକ୍ଷ୍ମୀ-ନାରାୟଣ ରୂପରେ ପୂଜା କରାଯାଉଛି ।

ଅନୁଗୋଳ ଗଜଲକ୍ଷ୍ମୀ ପୂଜା

By

Published : Oct 18, 2019, 11:36 AM IST

ଅନୁଗୋଳ: ଜମୁଛି ଅନୁଗୋଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ରଙ୍ଗୀନ ଆଲୋକର ମାଳାରେ ସଜେଇ ହୋଇଛି ସାରା ସହର । ଏଗାର ଦିନ ଧରି ହେବାକୁ ଥିବା ଏହି ପୂଜାର 5ମ ଦିନରେ ବି ଜମିଥିଲା ଭିଡ । ଆଉ ସଞ୍ଜ ନଇଁବା କ୍ଷଣି ସହରକୁ ଛୁଟୁଛି ଦେଖଣାହାରୀଙ୍କ ସୁଅ । ପୂଜାର ମଜା ନେବା ସହିତ ଘରକରଣା ଜିନିଷ କିଣୁଛନ୍ତି ସମସ୍ତେ । ଏଥିପାଇଁ ଅନେକ ଆୟୋଜନ କରିଛନ୍ତି ଆୟୋଜକ ।

ଗଜଲକ୍ଷ୍ମୀ ପୂଜାରେ ବଢୁଛି ଦେଖଣାହାରୀଙ୍କ ଭିଡ

ସମସ୍ତେ ପୂଜା ବୁଲିବା ସହିତ ପୂଜାର ଭରପୁର ଫାଇଦା ନେବାରେ ବ୍ୟସ୍ତ । ଚଳିତଥର ସହରରେ ୫୦ରୁ ଅଧିକ ମଣ୍ଡପରେ ମାଙ୍କୁ ଲକ୍ଷ୍ମୀ ଓ ଲକ୍ଷ୍ମୀ-ନାରାୟଣ ରୂପରେ ପୂଜା କରାଯାଉଛି । ସହରରେ ପୂଜା ଆୟୋଜନ କରିଥିବା ପ୍ରମୁଖ ପୂଜା ମଣ୍ଡପ ଗୁଡିକରେ ଭଳିକି ଭଳି ସାଜସଜ୍ଜା ସହିତ ଆକର୍ଷଣୀୟ ତୋରଣ ମଧ୍ୟ ନିର୍ମାଣ କରିଛନ୍ତି ।

ସମସ୍ତେ ପୂଜା ବୁଲିବା ସହ ଚଟପଟା ଖାଦ୍ୟର ମଜା ନେଇଛନ୍ତି । ଅନୁଗୋଳର ଡେଲି ମାର୍କେଟ ପୂଜା କମିଟି ଚଳିତବର୍ଷ ଲକ୍ଷ୍ମୀଙ୍କ ବିଭିନ୍ନ ବେଶ ଶ୍ରୀୟା ଚାଣ୍ଡାଳୁଣୀ ଠାରୁ ଆରମ୍ଭ କରି ଲକ୍ଷ୍ମୀଙ୍କ କ୍ରୋଧରେ କିଭଳି ଜଗନ୍ନାଥ ଓ ବଳଭଦ୍ର ଲକ୍ଷ୍ମୀଛଡା ହୋଇ ବାର ଦୁଆର ବୁଲିଥିଲେ, ସେସବୁ ପ୍ରତିଟି ଦୃଶ୍ୟକୁ ଖୁବ ସୁନ୍ଦର ଭାବେ ଏହି ମଣ୍ଡପ ପ୍ରଦର୍ଶିତ କରିଛି । ପୂଜା ଆହୁରି ୬ ଦିନ ହେବାକୁ ଥିବା ବେଳେ ଆହୁରି ବଢିବ ଭିଡ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଅନୁଗୋଳରୁ ସଂଗ୍ରାସ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details