ଅନୁଗୋଳ: ଜିଲ୍ଲାରେ 5'ଟି' ସଚିବ ଭି କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ । ଏହି ଗସ୍ତ ସମୟରେ 5'ଟି' ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କ ସହ କଥା ହୋଇଛନ୍ତି ।
ପାଣ୍ଡିଆନ ଓ ତାଙ୍କ ଟିମ୍ ହେଲିକପ୍ଟର ଯୋଗେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚି ପରେ ସେଠାରୁ ସିଧାସଳଖ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ମେଡିସିନ ୱାର୍ଡ ପରିଦର୍ଶନ କରିଥିଲେ । ସେଠାରୁ ସେ ସ୍ତ୍ରୀ ଓ ପ୍ରସୂତି ୱାର୍ଡର ସ୍ଥିତି ଓ ସେମାନଙ୍କୁ ସରକାରୀ ସୁବିଧା ମିଳୁଛି କି ନାହିଁ ବୁଝିଥିଲେ । ଏଥିସହିତ ସରକାରଙ୍କ ପକ୍ଷରୁ ରୋଗୀଙ୍କ ପାଇଁ ଦିଆଯାଉଥିବା ଔଷଧ ଦିଆଯାଉଛି କି ନାହିଁ, ହସ୍ପିଟାଲ କର୍ତ୍ତୃପକ୍ଷ ଠିକ୍ ଭାବରେ ଖାଦ୍ୟ ଦେଉଛନ୍ତି କି ନାହିଁ, ଡାକ୍ତରମାନେ ରୋଗୀଙ୍କୁ କିଭଳି ବ୍ୟବହାର କରୁଛନ୍ତି ଏସବୁ ସମ୍ପର୍କରେ ପାଣ୍ଡିଆନ ରୋଗୀଙ୍କ ଠାରୁ ପଚାରି ବୁଝିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ ହସ୍ପିଟାଲର ସ୍ଥିତି ପରଖିବା ପରେ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ତାଙ୍କ ସହ ଆସିଥିବା ଅର୍ଥ ସଚିବ ଅଶୋକ ମିନା ଓ ଏନଏଚଏମ ସଚିବ ସାଳିନୀ ପଣ୍ଡିତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ଆବଶ୍ୟକୀୟ ଜମି ଅଧିଗ୍ରହଣ କରି ଜିଲାର ଏହି ଚିକିତ୍ସାଳୟକୁ 300ବେଡ଼ ବିଶିଷ୍ଟ ହସ୍ପିଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ଯେଉଁ ଔଷଧ ମିଳୁନାହିଁ, ତାକୁ କିଭଳି ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ପାଣ୍ଡିଆନଙ୍କ ସହ ଏହି ଗସ୍ତରେ ଅର୍ଥ ସଚିବ ଅଶୋକ ମିନା ଓ ଏନଏଚଏମ ସଚିବ ଶାଳିନୀ ପଣ୍ଡିତଙ୍କ ସହ ଅନୁଗୋଳ ଜିଲ୍ଲାପାଳ, ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ଓ ଅନ୍ୟ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ