ଓଡିଶା

odisha

ETV Bharat / state

ଅନୁଗୋଳରେ ବଢୁଛି ସ୍ଥାନୀୟ ସଂକ୍ରମଣ, 48 ଆକ୍ରାନ୍ତ ଚିହ୍ନଟ - ଅନୁଗୋଳରେ ବଢୁଛି ସ୍ଥାନୀୟ ସଂକ୍ରମଣ

ଅନୁଗୋଳ ଜିଲ୍ଲାରେ ବଢୁଛି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଗୋଟିଏ ଦିନରେ 48 ପଜିଟିଭ । 783ରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

48 corona identify in Anugul
48 corona identify in Anugul

By

Published : Aug 28, 2020, 9:02 PM IST

ଅନୁଗୋଳ: ଜିଲ୍ଲାରେ ବଢୁଛି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଗୋଟିଏ ଦିନରେ 48 ପଜିଟିଭ । 783ରେ ପହଞ୍ଚିଲାଣି ସଂକ୍ରମିତଙ୍କ ସଂଖ୍ୟା । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 783 ରେ ପହଞ୍ଚିଛି ବୋଲି ଜିଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ 25 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଢୁଛି ସ୍ଥାନୀୟ ସଂକ୍ରମଣ, 48 ଆକ୍ରାନ୍ତ ଚିହ୍ନଟ

ସେମାନଙ୍କ ମଧ୍ୟରେ 23 ଜଣ ପୁରୁଷ ଥିବା ବେଳେ 2ଜଣ ମହିଳା ଅଛନ୍ତି । ସେହିପରି ଅନୁଗୋଳ ପୌରାଞ୍ଚଳରୁ ଆଜି ପୁଣି 8 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 5 ଜଣ ପୁରୁଷ ଦୁଇ ମହିଳା ଓ ଜଣେ ନାବାଳିକା ଥିବା ପ୍ରାଶାସନ ସୂଚନାରେ ଦର୍ଶାଇଛି । ଅନ୍ୟପଟେ ତାଳଚେର ବ୍ଲକରୁ 5ଜଣ କଣିହାଁ ବ୍ଲକରୁ 6 ଜଣ ପୁରୁଷ ପଜିଟିଭ ଥିବା ଜଣାପଡ଼ିଛି । ସେପଟେ ଛେଣ୍ଡିପଦା ବ୍ଲକରୁ ୨ ଅନୁଗୋଳ ବ୍ଲକରୁ ଜଣେ ଆଠମଲ୍ଲିକରୁ ୨ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ପଜିଟିଭ ଜଣାପଡିଛି ।

ଏମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ସୁଦ୍ଧା ଜିଲ୍ଲାରେ 454 ଜଣ ସୁସ୍ତ ହୋଇ ସାରିଲେଣି ।

ଅନୁଗୋଳରୁ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details