ଅନୁଗୋଳ: ଜିଲ୍ଲାର କଣିହାଁ ରେଞ୍ଜ ସୁଲେଇପାଳ ଗାଁରେ ହାତୀ ଉପଦ୍ରବ। ହାତୀ ଘଉଡାଇବାକୁ ଯାଇଥିବା 4 ବନ କର୍ମଚାରୀଙ୍କ ସମେତ ଗାଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ସୋମବାର ରାତିରେ ହାତୀ ପଲ ଗାଁ ଭିତରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ନଡ଼ିଆ ଓ ଆମ୍ବ ଗଛ ଭାଙ୍ଗି ଦେଇଛନ୍ତି । ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖବର ପାଇ ବନ ବିଭାଗର 4 କର୍ମଚାରୀ ହାତୀ ଘଉଡାଇବାକୁ ଯାଇଥିଲେ। କିନ୍ତୁ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଗାଁରେ ଅଟକ ରଖିଛନ୍ତି ।
ହାତୀ ଉପଦ୍ରବରେ ଅତିଷ୍ଠ ସୁଲେଇପାଳ ଗ୍ରାମବାସୀ, 4 ବନ କର୍ମଚାରୀ ଅଟକ - ବନ କର୍ମଚାରୀ ଅଟକ
ସୋମବାର ରାତିରେ ଅନୁଗୋଳ କଣିହାଁ ରେଞ୍ଜ ସୁଲେଇପାଳ ଗାଁ ଭିତରେ ପଶିଲେ ହାତୀପଲ । ସେମାନଙ୍କୁ ଘଉଡାଇବାକୁ ଯାଇଥିବା ବନ କର୍ମଚାରୀଙ୍କ ସମେତ ଗାଡିକୁ ଅଟକ ରଖିଛନ୍ତି ଗ୍ରାମବାସୀ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଗାଁରେ ବାରମ୍ବାର ହାତୀ ଉପଦ୍ରବ କରୁଛନ୍ତି । ପ୍ରାୟ 15 ଦିନ ପୂର୍ବେ ଗାଁର 2 ଜଣଙ୍କୁ ହାତୀ କଚାଡି ମାରି ଦେଇଥିଲା। ପ୍ରତିଦିନ ଧାନ ଫସଲ ନଷ୍ଟ କରିବା ସହ ଘର ଓ ଗଛ ଭାଙ୍ଗି ଦେଉଛନ୍ତି । ହାତୀଙ୍କୁ ଘଉଡାଇବାକୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନଥିବା ଅଭିଯୋଗରେ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ଉଚ୍ଚ ଅଧିକାରୀ ପହଞ୍ଚି ନାହାଁନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ