ଅନୁଗୋଳ: ଜିଲ୍ଲାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଉଦଯାପନ ହୋଇଛି । 3 ଦିନ ଧରି ଚାଲିଥିବା ମେଳାର ଶେଷ ଦିନରେ ଯୋଗ ଦେଇଥିଲେ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ, ଉପ-ବାଚସ୍ପତି ଓ ରଜନୀକାନ୍ତ ସିଂ । ତେବେ କଲିକତାରେ ହେବାକୁ ଥିବା ଜାତୀୟ ବିଜ୍ଞାନମେଳା ପାଇଁ ଓଡ଼ିଶାରୁ 36ଟି ପ୍ରକଳ୍ପ ଯିବାକୁ ମନୋନୀତ ହୋଇଛି ।
ଅନୁଗୋଳରେ ଚାଲିଥିବା 46ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନ ସମାପ୍ତ ହୋଇଛି । ଉଦଯାପାନୀ ଉତ୍ସବରେ ମନ୍ତ୍ରୀଙ୍କ ଉପ ବାଚସ୍ପତି ପ୍ରକଳ୍ପଗୁଡିକ ବୁଲି ଦେଖିବା ସହ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ । ପିଲାମାନେ କିଭଳି ଜାଣିବାର ଇଚ୍ଛା ରଖି ବିଜ୍ଞାନ ମନସ୍କ ହେବେ ସେନେଇ ଅତିଥିମାନେ ନିଜ ନିଜର ମତ ଦେଇଥିଲେ ।