ଅନୁଗୋଳ : ବିଷାକ୍ତ ମଦ ପିଇ ଶ୍ରମିକଙ୍କ ମୃତ୍ୟୁ । ଅନୁଗୋଳର ପୁରୁଣାକୋଟ ଥାନା ପଥର ଗଡ଼ ଗାଁରେ 3 ଶ୍ରମିକ ମଦ ପିଇ ପ୍ରାଣ ହରାଇଥିବା ଅଭିଯୋଗ ଆସିଛି । ମୃତକ ମାନେ ହେଲେ ସେହି ଗାଁର ଟୁକୁନା ପଧାନ, ଅନିଲ ପ୍ରଧାନ ଓ ଶଶିକାନ୍ତ ଦେହୁରୀ
ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଶଶିକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।
ବିଷାକ୍ତ ମଦ ପିଇ 3 ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ ମୃତକ ମାନେ ଆଦିବାସୀ ସମ୍ପ୍ରଦାୟର। ସେମାନେ ମୂଲମଜୁରୀ କରି ଚଳନ୍ତି । ରବିବାର ଏକ ଘର ଛାତ ପକାଇବା କାମରେ ସେମାନେ ଶ୍ରମିକ ଭାବେ ନିୟୋଜିତ ଥିଲେ । କାମରୁ ଫେରି ଗାଁରେ ମହୁଲି ମଦ ପିଇ ଥିଲେ । ସଂଧ୍ୟାରେ ପ୍ରଥମେ ଅନିଲଙ୍କ ଦେହ ଅସୁସ୍ଥ ହୋଇଥିଲା । ଗାଁରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ଟୁକୁନା ଆଖି ବୁଜିଥିଲେ । ପୋଲିସ ଓ ତଦନ୍ତ ଭୟରେ ଗତ କାଲି ରାତିରେ ଦୁଜଣକ ମୃତଦେହ ପୋଡି ଦେଇଛନ୍ତି ପରିବାର । ସୋମବାର ଶଶୀକାନ୍ତ ଡାକ୍ତରଖାନାରେ ପ୍ରାଣ ହରାଇ ଥିଲେ । ତେବେ ବର୍ତମାନ ସୁଦ୍ଧା ପୋଲିସ ଗାଁରେ ପହଞ୍ଚି ନଥିବା ଜଣାପଡ଼ିଛି।
ତେବେ ଏନେଇ ଗାଁ ଲୋକେ ଭୟରେ କୌଣସି କଥା କହିବାକୁ ନାରାଜ ଅଛନ୍ତି । ତେବେ ପ୍ରକୃତ କଥା କଣ ତଦନ୍ତ ପରେ ଜଣାପଡିବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ