ଓଡିଶା

odisha

ETV Bharat / state

କୋଭିଡ କଣ୍ଟ୍ରୋଲ ପାଇଁ ଆରମ୍ଭ ହେଲା CMS ବ୍ୟବସ୍ଥା

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା 24 ଘଣ୍ଟିଆ କୋଭିଡ କଣ୍ଟ୍ରୋଲ ସିଷ୍ଟମ। ଜିପିଏସ ମାଧ୍ୟମରେ ଆମ୍ବୁଲାନ୍ସ କଣ୍ଟ୍ରୋଲ କରିବା ସହ କୋଭିଡ ପରିଚାଳନା ପାଇଁ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

କୋଭିଡ କଣ୍ଟ୍ରୋଲ ପାଇଁ ଆରମ୍ଭ ହେଲା CMS ବ୍ୟବସ୍ଥା
କୋଭିଡ କଣ୍ଟ୍ରୋଲ ପାଇଁ ଆରମ୍ଭ ହେଲା CMS ବ୍ୟବସ୍ଥା

By

Published : May 21, 2021, 4:04 PM IST

ଅନୁଗୋଳ: ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା 24 ଘଣ୍ଟିଆ କୋଭିଡ କଣ୍ଟ୍ରୋଲ ସିଷ୍ଟମ। ଜିପିଏସ ମାଧ୍ୟମରେ ଆମ୍ବୁଲାନ୍ସ କଣ୍ଟ୍ରୋଲ କରିବା ସହ କୋଭିଡ ପରିଚାଳନା ପାଇଁ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି ।

କୋଭିଡ କଣ୍ଟ୍ରୋଲ ପାଇଁ ଆରମ୍ଭ ହେଲା CMS ବ୍ୟବସ୍ଥା

ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏଠାରେ 24 ଘଣ୍ଟା କର୍ମଚାରୀ ରହି ବ୍ୟବସ୍ଥାର ପରିଚାଳନା କରିବେ। ସଠିକ ସମୟରେ ଆମ୍ବୁଲାନ୍ସ ଯୋଗେ କିଭଳି କୋଭିଡ ଆକ୍ରାନ୍ତ ଜଣେ କୋଭିଡ କେୟାର ସେଣ୍ଟର ହେଉ ବା ଡାକ୍ତରଖାନାରେ ପହଁଞ୍ଚି ପାରିବେ ତାର ତଦାରଖ କରିବ ଏହି ସିଷ୍ଟମ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ CDMO ଅଭୟ କୁମାର ଦାସ ଓ କୋଭିଡ ପରିଚାଳନାରେ ଥିବା ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details