ଓଡିଶା

odisha

ETV Bharat / state

ପୁଣି ଅନୁଗୋଳରୁ 223 କୋରୋନା ଆକ୍ରାନ୍ତ ଚିହ୍ନଟ

ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୨୨୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଛି ।

ପୁଣି ଅନୁଗୋଳରୁ 223 କୋରୋନା ଆକ୍ରାନ୍ତ ଚିହ୍ନଟ
ପୁଣି ଅନୁଗୋଳରୁ 223 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Oct 14, 2020, 8:07 PM IST

ଅନୁଗୋଳ: କୋରୋନା ପ୍ରଭାବିତ ଜିଲ୍ଲା ମଧ୍ୟରେ ଅନୁଗୋଳ ଦ୍ବିତୀୟ ସ୍ଥାନରେ ରହିଛି । ଏହି କ୍ରମରେ ଜିଲ୍ଲାରୁ ଗୋଟିଏ ଦିନରେ ୨୨୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଛି ।

ବୁଧବାର ଜିଲ୍ଲାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳରୁ ସର୍ବାଧିକ ୪୦ ଜଣ ( ୨୫ ଜଣ ପୁରୁଷ ଓ ୧୫ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୩୭ ଜଣ ( ୨୮ଜଣ ପୁରୁଷ ଓ୯ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୮ ଜଣ ( ୧୯ ଜଣ ପୁରୁଷ ଓ ୯ଜଣ ମହିଳା ), ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨୫ ଜଣ ( ୧୭ଜଣ ପୁରୁଷ ଓ୮ ଜଣ ମହିଳା ), ତାଳଚେର ବ୍ଲକ୍ ଅଞ୍ଚଳରୁ ୨୪ ଜଣ ( ୧୭ଜଣ ପୁରୁଷ ଓ ୭ଜଣ ମହିଳା ), କଣିହାଁ ବ୍ଳକ୍ ଅଞ୍ଚଳରୁ ୨୪ ଜଣ ( ୧୯ଜଣ ପୁରୁଷ ଓ ୫ଜଣ ମହିଳା ), ପାଳଲହଡା ବ୍ଳକ୍ ଅଞ୍ଚଳରୁ୧୫ ଜଣ ( ୧୧ଜଣ ପୁରୁଷ ଓ ୪ଜଣ ମହିଳା ), କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୨ ଜଣ ( ୧୧ଜଣ ପୁରୁଷ ଓ ୧ଜଣ ମହିଳା ), ତାଳଚେର ପୌରାଞ୍ଚଳରୁ ୮ ଜଣ ( ୫ ଜଣ ପୁରୁଷ ଓ ୩ ଜଣ ମହିଳା ), ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ( ୩ଜଣ ପୁରୁଷ ଓ୨ ଜଣ ମହିଳା ) ଓ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୫ ଜଣ ( ୫ଜଣ ପୁରୁଷ ) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁଣି ଅନୁଗୋଳରୁ 223 କୋରୋନା ଆକ୍ରାନ୍ତ ଚିହ୍ନଟ

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଏପଟେ ଜିଲ୍ଲାରୁ ଏକ ଆଶ୍ବସ୍ତିକର ଖବର ଆସିଛି । ବୁଧବାର ଜିଲ୍ଲାରୁ ୧୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ ହସ୍ପିଟାଲରୁ ଓ ୧୫୭ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details