ଓଡିଶା

odisha

ETV Bharat / state

ଶିକାର ପୂର୍ବରୁ 2ଜଣ ଶିକାରୀଙ୍କୁ ବାନ୍ଧିଲା ବନବିଭାଗ - ବନ ବିଭାଗ ହାତରେ 2 ଶିକାରୀ

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଶିକାର ପାଇଁ ତାର ବିଛାଇ ଥିବାବେଳେ ବନ ବିଭାଗ ହାତରେ ଧରା ପଡ଼ିଛନ୍ତି 2 ଶିକାରୀ । ଅଧିକ ପଢନ୍ତୁ...

ବନ ବିଭାଗ ହାତରେ 2 ଶିକାରୀ
ବନ ବିଭାଗ ହାତରେ 2 ଶିକାରୀ

By

Published : Dec 13, 2020, 7:58 AM IST

Updated : Dec 13, 2020, 8:16 AM IST

ଅନୁଗୋଳ: ବନ ବିଭାଗ ହାତରେ ଦୁଇ ଶିକାରୀ । ଅଭୟାରଣ୍ୟ ମଧ୍ୟରେ ଶିକାର ପାଇଁ ତାର ବିଛାଇ ଥିବାବେଳେ ବନ ବିଭାଗ ହାତରେ ଧରା ପଡ଼ିଛନ୍ତି 2 ଶିକାରୀ ।

ବନ ବିଭାଗ ହାତରେ 2 ଶିକାରୀ
ବନ ବିଭାଗ ହାତରେ 2 ଶିକାରୀ

ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଜିଆଇ ତାରରେ ଫାସ ବସାଉଥିବା ବେଳେ ବନ ବିଭାଗ ସେଠାରେ ଅଚାନକ ଚଢ଼ାଉ କରିଥିଲେ । ଚଢାଉ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗିରଫ ଦୁଇ ଶିକାରୀ ହେଉଛନ୍ତି ଶମ୍ଭୁନାଥ ବେହେରା ଓ ବିଭୂତି ମୁଖୀ।

ବନ ବିଭାଗ ହାତରେ 2 ଶିକାରୀ

ବନ ବିଭାଗ ଦେଇଥିବା ସୁଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ପୁରୁଣାକୋଟ ସଂରକ୍ଷିତ ଜଙ୍ଗଲର କୋର ଏରିଆ କମ୍ପାର୍ଟମେଣ୍ଟ-୬ ରେ ଶନିବାର ବନ୍ୟଜନ୍ତୁ ଶିକାର କରିବା ପାଇଁ ଜିଆଇ ତାର ବ୍ୟବହାର କରି ଶିକାରୀମାନେ ଫାସ ବସାଉଥିବା ବନ ବିଭାଗ ଜାଣିବାକୁ ପାଇଥିଲା।

ପୁରୁଣାକୋଟ-ଏ ବିଟର କର୍ମଚାରୀମାନେ ସେଠାରେ ଅଚାନକ ଚଢ଼ାଉ କରିଥିଲେ । ବନ କର୍ମଚାରୀମାନେ ଦୁଇ ଶିକାରୀଙ୍କୁ କାବୁ କରି ଗିରଫ କରିଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Dec 13, 2020, 8:16 AM IST

ABOUT THE AUTHOR

...view details