ଓଡିଶା

odisha

ଅନୁଗୋଳରେ ଗୁରୁବାର 2 କୋରୋନା ପଜିଟିଭ ଚିହ୍ନଟ

By

Published : May 21, 2020, 4:59 PM IST

ଅନୁଗୋଳ ଜିଲ୍ଲାରେ ଆଉ 2 କୋରୋନା ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାକେ ପଜିଟିଭ ସଂଖ୍ୟା 19ରେ ପହଞ୍ଚିଛି । ଯେଉଁ ଦୁଇ ଜଣଙ୍କର ପଜିଟିଭ ଆସିଛି ସେମାନେ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ବୋଲି ଜଣାପଡିଛି ।

ଅନୁଗୋଳରେ ଗୁରୁବାର 2 କୋରୋନା ପଜିଟିଭ ଚିହ୍ନଟ
ଅନୁଗୋଳରେ ଗୁରୁବାର 2 କୋରୋନା ପଜିଟିଭ ଚିହ୍ନଟ

ଅନୁଗୋଳ: ଜିଲ୍ଲାରେ ଗୁରୁବାର ଆଉ 2ଟି ପଜିଟିଭ ବାହାରିବା ପରେ ଏବେ 19ରେ ପହଞ୍ଚିଛି କୋରୋନା ସଂକ୍ରମିତ ସଂଖ୍ୟା । ଗତ ମେ 10ରେ ଜିଲାରେ ପ୍ରଥମ ଥର ପାଇଁ ଦୁଇଟି ପର୍ଯ୍ୟାୟରେ 15 ଜଣଙ୍କ ରିପୋର୍ଟ ଆସିଥିଲା। ଏହାର ଠିକ 9ଦିନ ପରେ ଅର୍ଥାତ 19 ତାରିଖରେ ଆଉ ଦୁଇ ଜଣଙ୍କ ରିପୋର୍ଟ ଆସିଲା। ଗୁରୁବାର ପୁଣି ଦୁଇ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ଅନୁଗୋଳରେ ଗୁରୁବାର 2 କୋରୋନା ପଜିଟିଭ ଚିହ୍ନଟ

ତେବେ ପୂର୍ବରୁ କେବଳ ଜଣେ ଭୁବନେଶ୍ବର ଫେରନ୍ତାଙ୍କ ପଜିଟିଭ ଥିବାବେଳେ ଅନ୍ୟ ସମସ୍ତେ କ୍ଵରେଣ୍ଟାଇନରେ ଥିଲେ। ସମସ୍ତ ଆକ୍ରାନ୍ତ ସୁରଟ ଓ ଅନ୍ୟ ବାହାର ରାଜ୍ୟରୁ ଫେରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 19ରେ ପହଞ୍ଚି ଥିଲେ ମଧ୍ୟ କଟକଣାରେ କୌଣସି ପରିବର୍ତ୍ତନ କରାଯାଇ ନାହି ।

ଜିଲ୍ଲାରେ ଏ ପର୍ଯ୍ୟନ୍ତ 3 ହଜାର 947 ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ଯାଇଥିଲା। ସେଥି ମଧ୍ୟରୁ ମାତ୍ର 19ଟି ପଜିଟିଭ ବାହାରିଛି । ତେବେ ଗୁରୁବାର ଯେଉଁ ଦୁଇ ଜଣଙ୍କର ପଜିଟିଭ ଆସିଛି ସେମାନେ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଅନ୍ୟଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା । ଆଉ ମାତ୍ର 565 ନମୁନାର ରୋପୋର୍ଟ ଆସିବାକୁ ବାକିଅଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details