ଓଡିଶା

odisha

ଅନୁଗୋଳରେ ଚିନ୍ତା ବଢାଉଛି କୋରୋନା, ଗୋଟିଏ ଦିନରେ ୧୫୮ ଆକ୍ରାନ୍ତ ଚିହ୍ନଟ

By

Published : Oct 1, 2020, 7:21 AM IST

ଅନୁଗୋଳ ଜିଲ୍ଲାରେ କାୟା ବିସ୍ତାର କରୁଛି କୋରୋନା । ସମସ୍ତ କଟକଣା ସତ୍ତ୍ବେ ମିଳୁନି ସୁଫଳ। ବଢୁଛି ସ୍ଥାନୀୟ ସଂକ୍ରମଣ । ସମ୍ପୂର୍ଣ୍ଣ ପଢନ୍ତୁ...

ଅନୁଗୋଳରେ ଚିନ୍ତା ବଢାଉଛି କୋରୋନା, ଗୋଟିଏ ଦିନରେ ୧୫୮ ଆକ୍ରାନ୍ତ ଚିହ୍ନଟ
ଅନୁଗୋଳରେ ଚିନ୍ତା ବଢାଉଛି କୋରୋନା,

ଅନୁଗୋଳ: ବୁଧବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୫୮ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ବୁଧବାର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ରେ ପହଞ୍ଚିଛି।

ଅନୁଗୋଳରେ ଚିନ୍ତା ବଢାଉଛି କୋରୋନା,

ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ୨୯ ଜଣ (୨୦ ଜଣ ପୁରୁଷ ଓ ୯ ଜଣ ମହିଳା), କଣିହାଁ ବ୍ଲକ ଅଞ୍ଚଳରୁ ୨୭ (୨୧ଜଣ ପୁରୁଷ ଓ ୬ଜଣ ମହିଳା) , ଛେଣ୍ଡିପଦା ବ୍ଳକରୁ ୨୫ (୨୦ ଜଣ ପୁରୁଷ ଓ ୫ ମହିଳା), ବଅଁରପାଳ ବ୍ଳକ ରୁ ୨୩ (୧୪ ପୁରୁଷ ଓ ୯ ମହିଳା) ଅନୁଗୋଳ ପୌରାଞ୍ଚଳରୁ ୧୯ (୧୫ ପୁରୁଷ ଓ ୪ ମହିଳା ), ଅନୁଗୋଳ ବ୍ଲକରୁ ୧୩ (୮ ପୁରୁଷ ଓ ୫ ମହିଳା), ତାଳଚେର ପୌରାଞ୍ଚଳରୁ୧୧ ଜଣ ପୁରୁଷ, ଆଠମଲିକ ବ୍ଲକରୁ ୩ ପୁରୁଷ ଓ ୨ ମହିଳା କିଶୋରନଗର ବ୍ଲକରୁ ୨ ଜଣ ପୁରୁଷ, ପାଲଲହଡା ବ୍ଳକରୁ ଜଣେ ପୁରୁଷ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ପୁରୁଷ ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି।

ବୁଧବାର ଜିଲ୍ଲାରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫ ଜଣ କୋଭିଡ ହସ୍ପିଟାଲରୁ, ୧୦ ଜଣ କୋଭିଡ କେୟାର ସେଣ୍ଟରରୁ ଓ ୭୫ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details