ଓଡିଶା

odisha

ETV Bharat / state

ଅନୁଗୋଳରେ 151 କୋରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା 7 ହଜାର ପାର - ଅନୁଗୋଳରେ କୋରୋନା ପଜିଟିଭ ସଂଖ୍ୟା 7ହଜାର ପାର

ଅନୁଗୋଳରେ ଆଉ 151 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ। ଅଧିକ ପଢ଼ନ୍ତୁ...

ଅନୁଗୋଳରେ 151 କୋରୋନା ଆକ୍ରାନ୍ତ ଚିହ୍ନଟ
ଅନୁଗୋଳରେ 151 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Oct 16, 2020, 9:29 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ପାର ହୋଇଛି। ଆଜି ଅନୁଗୋଳରେ ୧୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଅନୁଗୋଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 123କୁ ବୃଦ୍ଧି ପାଇଛି।

ଆଜି(ଶୁକ୍ରବାର) ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ ଅଞ୍ଚଳରୁ ସର୍ବାଧିକ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ ରହିଥିବା ବେଳେ ୪ ଜଣ ମହିଳା ରହିଛନ୍ତି। ଏହାସହ ତାଳଚେର ବ୍ଲକ ଅଞ୍ଚଳରୁ ୨୫ ଜଣ (୧୯ଜଣ ପୁରୁଷ ଓ ୬ ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୨୨ ଜଣ (୧୮ଜଣ ପୁରୁଷ ଓ ୪ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୯ ଜଣ (୧୫ ଜଣ ପୁରୁଷ ଓ ୪ ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୬ ଜଣ (୯ ଜଣ ପୁରୁଷ ଓ ୭ ଜଣ ମହିଳା), ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୪ ଜଣ (୯ଜଣ ପୁରୁଷ ଓ ୫ଜଣ ମହିଳା) ଓ କଣିହାଁ ବ୍ଳକ ଅଞ୍ଚଳରୁ ୧୪ ଜଣ ( ୮ ଜଣ ପୁରୁଷ ଓ ୬ଜଣ ମହିଳା ) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲା ବାହାରୁ ଆସିଥିବା 4 ଜଣ ବ୍ୟକ୍ତି ମଧ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି।

ଅନୁଗୋଳରେ 151 କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିଭଳି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ (୧ଜଣ ପୁରୁଷ ଓ ୩ଜଣ ମହିଳା), ଅନୁଗୋଳ ବ୍ଲକ ଅଞ୍ଚଳରୁ ୨ ଜଣ (୨ ଜଣ ପୁରୁଷ), କିଶୋରନଗର ବ୍ଲକ ଅଞ୍ଚଳରୁ ଜଣେ ପୁରୁଷ ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଜଣେ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହ ଆଜି ଅନୁଗୋଳରେ ଆଜି 150 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ କୋଭିଡ ହସ୍ପିଟାଲରୁ, ୩ ଜଣ କୋଭିଡ କେୟାର ସେଣ୍ଟରରୁ ଓ ୧୪୧ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

ଜିଲ୍ଲାରେ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ସେହିଭଳି ଲକ୍ଷଣ ବିହୀନ ବା ସ୍ବଳ୍ପ ଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖି ନିରିକ୍ଷଣ କରାଯାଉଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details