ଅନୁଗୋଳ:ମଙ୍ଗଳବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୩୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । ଏସବୁକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୫୪ରେ ପହଞ୍ଚିଥିବା ଜିଲା ସୂଚନା ଲୋକ ସମ୍ପର୍କ ବିଭଗ ଅଧିକାରୀ ଶରତ ଚନ୍ଦ୍ର ସେଠି ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ।
ଜିଲ୍ଲାରେ ବେକାବୁ କୋରୋନା, ପୁଣି ଗୋଟିଏ ଦିନରେ ୧୩୫ ଚିହ୍ନଟ
ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୧୩୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଅନୁଗୋଳ କୋରୋନା ଅପଡେଟ
ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକରୁ ୨୮ ଜଣ (୧୯ ଜଣ ପୁରୁଷ ଓ ୯ଜଣ ମହିଳା), ଅନୁଗୋଳ ବ୍ଳକରୁ ୨୨ ଜଣ (୧୫ଜଣ ପୁରୁଷ ଓ ୭ଜଣ ମହିଳା ), ଅନୁଗୋଳ ପୌରାଞ୍ଚଳରୁ ୨୨ ଜଣ (୧୮ ଜଣ ପୁରୁଷ ଓ ୪ ଜଣ ମହିଳା), ଛେଣ୍ଡିପଦାରୁ ୧୭ ଜଣ (୧୪ଜଣ ପୁରୁଷ ଓ ୩ଜଣ ମହିଳା ), ତାଳଚେରରୁ ୧୨ ଜଣ (୯ଜଣ ପୁରୁଷ ଓ ୩ଜଣ ମହିଳା), କିଶୋରନଗରରୁ ୧୨ ଜଣ (୮ଜଣ ପୁରୁଷ ଓ ୪ ଜଣ ମହିଳା ) ଚିହ୍ନଟ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ