ଓଡିଶା

odisha

By

Published : Aug 3, 2020, 9:14 PM IST

ETV Bharat / state

ଅନୁଗୋଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଆଜି ପୁଣି 12 ପଜିଟିଭ ଚିହ୍ନଟ, ସଂଖ୍ୟା 357କୁ ବୃଦ୍ଧି

ସଂକ୍ରମଣ ରୋକିବାକୁ ପ୍ରୟାସ ସତ୍ତ୍ୱେ ଅନୁଗୋଳରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଆଜି ପୁଣି 12 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 357ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।

ଅନୁଗୋଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଆଜି ପୁଣି 12 ପଜିଟିଭ ଚିହ୍ନଟ, ସଂଖ୍ୟା 357କୁ ବୃଦ୍ଧି
ଅନୁଗୋଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଆଜି ପୁଣି 12 ପଜିଟିଭ ଚିହ୍ନଟ, ସଂଖ୍ୟା 357କୁ ବୃଦ୍ଧି

ଅନୁଗୋଳ: ସଂକ୍ରମଣ ରୋକିବାକୁ ପ୍ରୟାସ ସତ୍ତ୍ୱେ ଅନୁଗୋଳରେ ବଢ଼ିବାରେ ଲାଗିଛି ସଂକ୍ରମଣ । ଆଜି ପୁଣି 12 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 357ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।

12 ଜଣ ଚିହ୍ନଟଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୯, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ ଓ ତାଳଚେର ବ୍ଲକ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଳକରୁ ଚିହ୍ନଟ ହୋଇଥିବା ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ବାକି ଦୁଇ ମହିଳା ଚିହ୍ନଟ ହୋଇଥିବା ନେଇ ଜିଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୋଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଆଜି ପୁଣି 12 ପଜିଟିଭ ଚିହ୍ନଟ, ସଂଖ୍ୟ 357କୁ ବୃଦ୍ଧି

ଏମାନେ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଯାହାଙ୍କ ବୟସ ୪୫ ବର୍ଷ ଓ ଜଣେ ବାଳକଙ୍କ ବୟସ ୧୧ ବର୍ଷ ଅଟେ । ଏମାନେ କିଛିଦିନ ତଳେ ଗଜପତି ଜିଲ୍ଲାରୁ ଫେରି ହୋମ କ୍ବାରେଣ୍ଟାଇନ ଥିଲେ ।

ସେହିପରି ତାଳଚେର ବ୍ଲକରୁ ଚିହ୍ନଟ ହୋଇଥିବା ୪୪ ବର୍ଷିୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଏମାନଙ୍କୁ ମିଶାଇ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା 357ରେ ପହଞ୍ଚିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details