ଓଡିଶା

odisha

ପୋଲିସ-ଓକିଲ ବିବାଦ, ପ୍ରତିବାଦରେ ତାଳଚେର ବନ୍ଦ

By

Published : Nov 11, 2022, 1:26 PM IST

ତାଳଚେର ପୋଲିସ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଆଣିବା ସହ ତାଳଚେର କୋର୍ଟରେ କାର୍ଯ୍ୟରତ ସବ ଇନ୍ସପେକ୍ଟରଙ୍କ ବଦଳି ଦାବିରେ ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡା ବନ୍ଦ । ତାଳଚେର ଓକିଲ ସଙ୍ଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

୧୨ ଘଣ୍ଟିଆ ତାଳଚେର ଓ ପାଲଲହଡା ବନ୍ଦ
୧୨ ଘଣ୍ଟିଆ ତାଳଚେର ଓ ପାଲଲହଡା ବନ୍ଦ

ଅନୁଗୋଳ:୧୨ ଘଣ୍ଟିଆ ତାଳଚେର ଓ ପାଲଲହଡା ବନ୍ଦ ଡାକରା ଦେଇଛି ତାଳଚେର ଓକିଲ ସଙ୍ଘ । ତାଳଚେର ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନେକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ତାଳଚେର ପୋଲିସ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଆଣିବା ସହ ତାଳଚେର କୋର୍ଟରେ କାର୍ଯ୍ୟରତ କୋର୍ଟ ସବ ଇନ୍ସପେକ୍ଟରଙ୍କ ବଦଳି ଦାବିକରି ଏହି ବନ୍ଦ ଡାକରା ଦିଆଯାଇଛି ।

୧୨ ଘଣ୍ଟିଆ ତାଳଚେର ଓ ପାଲଲହଡା ବନ୍ଦ

ଓକିଲ ସଂଘର ଅଭିଯୋଗ ଅନୁସାରେ, କୋର୍ଟ CSI ଓକିଲ ସଂଘ ସଭାପତି ସନ୍ତୋଷ ସାହୁଙ୍କ ସମେତ ଆଉ କିଛି ଆଇନଜୀବୀଙ୍କ ନାମରେ ଗତ ୨୬ ତାରିଖ ଦିନ ଉଦ୍ଦେଶ୍ୟମୂଳକ ଭାବରେ ଏକ ମିଥ୍ୟା ଅଭିଯୋଗ କରିଥିଲେ । ଏହାର ପ୍ରତିବାଦ କରି ୨୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା । ଓକିଲଙ୍କ ନାମରେ ଦିଆଯାଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର ଓ ଏଘଟଣାରେ ସଂଶ୍ଲିଷ୍ଟ ଥିବା ପୋଲିସ ଅଧିକାରୀଙ୍କୁ ସ୍ଥାନାନ୍ତର ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନରେ କରିଥିଲା ଓକିଲ ସଂଘ ।

ଏହା ମଧ୍ୟ ପଢନ୍ତୁ: ଏହି ଗାଁର ଯୁବକଙ୍କୁ ବିବାହ କରିବାକୁ ଅରାଜି କୌଣସି ଝିଅ, ଜାଣନ୍ତୁ କାହିଁକି

ତେବେ ଓକିଲଙ୍କ ଆନ୍ଦୋଳନ ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୂର ଦୂରାନ୍ତରରୁ ଆସୁଥିବା ଲୋକେ କୋର୍ଟରେ ନିଜର କାମ କରିନପାରି ହଇରାଣ ହରକତ ହେଉଛନ୍ତି । ଏନେଇ ସମସ୍ତ ପ୍ରସାସନିକ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏଥିପାଇଁ ଓକିଲ ସଂଘ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସ୍କୁଲ କଲେଜ ଓ ଅତ୍ୟାବଶ୍ୟକ ଦୋକାନକୁ ଛାଡିଦେଲେ ଅନ୍ୟ ସବୁ ଅନୁଷ୍ଠାନ ଓ ଗାଡି ଚଳାଚଳ ବନ୍ଦ କରାଯାଇଛି । ଦାବି ପୂରଣ ନହେଲେ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ କରାଯିବ ବୋଲି ଓକିଲ ସଂଘ ଚେତାବନୀ ଦିଆଯାଇଛି ।

ଏନେଇ ବରିଷ୍ଠ ଓକିଲ କହିଛନ୍ତି, "ଓକିଲମାନେ ଗୋଟିଏ ଦୋଷୀର ଓକିଲାତିନାମା ଫାଇଲ କଲେ ବୋଲି ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ତେବେ ସେମାନଙ୍କୁ ସସପେଣ୍ଡ ଏବଂ ବଦଳି ପାଇଁ ଆମର ଦାବି ରହିଛି । ଆମେ ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ କରିଛୁ । କିନ୍ତୁ କୌଣସି ସୁଫଳ ପାଇପାରୁନାହିୁଁ । ତେଣୁ ଆମେ ବାଧ୍ୟ ହୋଇ ଏହି ଆନ୍ଦୋଳନ କରୁଛୁ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details