ଓଡିଶା

odisha

ତାଳଚେର ଜିଲ୍ଲା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ, ଅଖଚକ ବନ୍ଦ

By

Published : Jun 7, 2023, 2:19 PM IST

ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜି 12 ଘଣ୍ଟିଆ ବନ୍ଦ ପାଳନ କରିଛି କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

talcher bandh calls by action association
ତାଳଚେର ଜିଲ୍ଲା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ

ତାଳଚେର ଜିଲ୍ଲା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ

ଅନୁଗୋଳ: କୋଇଲା ନଗରୀ ତାଳଚେରକୁ ଦିଆଯାଉ ଜିଲ୍ଲାର ମାନ୍ୟତା । ଯେଉଁ ଦାବିକୁ ନେଇ ଚାଲୁଥିବା ଆନ୍ଦୋଳନ ଆଜି ନୂଆ ରୂପ ନେଇଛି । ଦୀର୍ଘ ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣା ପରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦେଇଛନ୍ତି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଫଳରେ ଅଖଚକ ବନ୍ଦ ଦୋକାନ ବଜାରରେ ତାଲା ପଡିଛି । 30 ବର୍ଷ ହେବ ତାଳଚେରକୁ ଜିଲ୍ଲା କରିବାକୁ ଦାବି ହୋଇ ଆସୁଛି । ସରକାର ତାଳଚେରକୁ 31 ନମ୍ବର ଜିଲ୍ଲା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର କଥା ରଖିନଥିବା କହିଛନ୍ତି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ।

ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ ହୋଇଛି । ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ହୋଇଛି । ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ଦାବିରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସକାଳ 6ରୁ ଆନ୍ଦୋଳନକାରୀ ମାନେ ରାସ୍ତାକୁ ଓହ୍ଲାଇ ବନ୍ଦ ପାଳନ କରିଛନ୍ତି । ତାଳଚେର ଜିଲ୍ଲା ଆମର ଦାବି ନାରା ଦେଇଛନ୍ତି ଆନ୍ଦୋଳନକାରୀ । ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ଦାବି କରିଛନ୍ତି ।

ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ୧୮୩ ଦିନ ହେବ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା । ହେଲେ ଜିଲ୍ଲା ଘୋଷଣା କରିବା ନେଇ ସରକାର କୌଣସି ପ୍ରକାର ଆଗ୍ରହ ଦେଖାଇ ନଥିବାରୁ ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ ହୋଇଛି । ଏହାର ପ୍ରଭାବରେ ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଏହା ସହ ତାଳଚେର ଦୋକାନ ବଜାରର ବନ୍ଦ ରହିଥିବା ବେଳେ ଖଣି ଗୁଡିକରୁ କୋଇଲା ଉତ୍ତୋଳନ ଓ ପରିବହନ ଆଂଶିକ ବନ୍ଦ ରହିଛି ।

ଅଧିକାଂଶ ଖଣିରେ ଗାଡି ଚଳାଚଳ ବନ୍ଦ ରହିଛି । ତାଳଚେର ସବୁଠାରୁ ଅଧିକାରୀ ରାଜସ୍ବ ଦେଉଥିବାରୁ ଏହାକୁ ଜିଲ୍ଲା କରିବାକୁ ଦାବି କରାଯାଇଛି । ଖାଲି ସେତିକି ନୁହେଁ ଭୌଗଳିକ ଦୃଷ୍ଟିରୁ ଅନୁଗୋଳ ଜିଲ୍ଲା ପାଲଲହଡ଼ା, କଣିହାଁ ଓ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଳକକୁ ଜିଲ୍ଲାରେ ସାମିଲ କରି ନୂତନ ଜିଲ୍ଲା ତାଳଚେର ଗଠନ ପାଇଁ ଦାବି କରିଛନ୍ତି ସଂଗଠନ କର୍ମକର୍ତ୍ତା । 12 ଘଣ୍ଟିଆ ତାଳଚେର ବନ୍ଦ ପାଳନରେ ରାସ୍ତାଘାଟ ଶୂନଶାନ ରହିଛି । ଅଖଚକ ଠପ ହୋଇଛି । ଦୋକାନ ବଜାର ବନ୍ଦ ରହିଛି । ତେବେ ଏହି ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details