ଓଡିଶା

odisha

ETV Bharat / state

ଆଖି ଗାଏବ ଘଟଣା: ବିଜେପି ପକ୍ଷରୁ 12 ଘଣ୍ଟିଆ ଅନୁଗୋଳ ବନ୍ଦ

ଆଖି ଗାଏବ ଘଟଣାରେ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ 12 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦିଆଯାଇଛି । ଫଳରେ ସକାଳୁ ସକାଳୁ ଦୋକାନ ବଜାର, ବସ୍‌ ଚଳାଚଳ ବନ୍ଦ ରହିଛି ।

By

Published : Jul 24, 2019, 9:44 AM IST

Updated : Jul 24, 2019, 2:35 PM IST

ଡିଜାଇନ ଫଟୋ

ଅନୁଗୋଳ: ଆଜି 12 ଘଣ୍ଟିଆ ଅନୁଗୋଳ ବନ୍ଦ । ମେଡିକାଲ ଶବ ଗୃହରୁ ଆଖି ଗାଏବ ଘଟଣାର ତଦନ୍ତ ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ ହେଉଛି । ଫଳରେ ଅନୁଗୋଳ ସହରର ବିଭିନ୍ନ ପ୍ରବେଶ ପଥରେ ବନ୍ଦ କରିଛନ୍ତି ବିଜେପି କର୍ମୀ ।

କର୍ମୀମାନେ ସହରର ସମସ୍ତ ପ୍ରବେଶ ପଥ ବନ୍ଦ କରିବା ସହ ପିକେଟିଂ କରିଛନ୍ତି । ସହରର ହୁଲୁରିସିଂହା, ହେମସୁରପଡା, କଲେଜ ଛକ, ବସ୍‌ଷ୍ଟାଣ୍ଡ, କାଲଟାସ୍କ ଆଦି ଛକ ମାନକଙ୍କରେ ବଜେପି କର୍ମୀ ମାନେ ପ୍ରତିବାଦ କରିବା ସହ ରାସ୍ତା ରୋକ କରିଛନ୍ତି । ଫଳରେ ଗାଡି ଚଳାଚଳ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବନ୍ଦ ପ୍ରଭାବରେ ଦୋକାନ ବଜାର ସମେତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଲଗାତାର ଦୁଇ ଥର ହସ୍ପିଟାଲରର ଶବ ଗୃହରୁ ଆଖି ଗାଏବ ହେବା ଘଟଣା ପ୍ରକୃତ ତଦନ୍ତ ସହ ଦୋଷୀ ବିରୁଦ୍ଧରେ ଉଚିତ ଦଣ୍ଡ ବିଧାନ ପାଇଁ ଦାବି କରିଛି ବଜେପି । ପୁରା ଘଟଣାରେ ସରକାରଙ୍କୁ ଟାର୍ଗେଟ କରିବା ସହ ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ବିଜେପି ନେତା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 24, 2019, 2:35 PM IST

ABOUT THE AUTHOR

...view details