ଓଡିଶା

odisha

ETV Bharat / state

ଅନୁଗୋଳରେ 3 ହଜାର ପାର୍‌ କୋରୋନା ସଂକ୍ରମଣ ମାମଲା - covid cases in angul

ଗୁରୁବାର ଜିଲ୍ଲାରୁ 177 ନୂତନ କୋରୋନା ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3449ରେ ପହଞ୍ଚିଛି । ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ସର୍ବାଧିକ ୫୧ ପଜିଟିଭ ହୋଇଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳରେ 3 ହଜାର ପାର କୋରୋନା ସଂକ୍ରମଣ ମାମଲା
ଅନୁଗୋଳରେ 3 ହଜାର ପାର କୋରୋନା ସଂକ୍ରମଣ ମାମଲା

By

Published : Sep 25, 2020, 7:52 AM IST

ଅନୁଗୋଳ ଗୁରୁବାର ଜିଲ୍ଲାରୁ 117 ନୂତନ କୋରୋନା ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3449ରେ ପହଞ୍ଚିଛି । ଏନେଇ ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ 2 ଜଣ ଆକ୍ରାନ୍ତ ହେବା ସହ ମୋଟ ସଂକ୍ରମିତ ମାମଲା 66ରେ ପହଞ୍ଚିଛି ।

ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ସର୍ବାଧିକ ୫୧ ଜଣଥିବା ବେଳେ ସେମାନଙ୍କ ମଧ୍ୟରେ ୪୨ଜଣ ପୁରୁଷ ଓ ୯ଜଣ ମହିଳା ଅଛନ୍ତି । ସେହିପରି ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୩୭ ଜଣ ( ୨୮ଜଣ ପୁରୁଷ ଓ ୯ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୩୧ ଜଣ ( ୨୬ ଜଣ ପୁରୁଷ ଓ ୫ଜଣ ମହିଳା ) , କଣିହାଁ ବ୍ଳକ୍ ଅଞ୍ଚଳରୁ ୨୪ ଜଣ ( ୧୫ଜଣ ପୁରୁଷ ଓ ୯ ଜଣ ମହିଳା ) , ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨୧ ଜଣ ( ୧୫ଜଣ ପୁରୁଷ ଓ ୬ ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୨୧ ଜଣ ( ୧୫ଜଣ ପୁରୁଷ ଓ ୬ ଜଣ ମହିଳା ) , ତାଳଚେର ବ୍ଲକ୍ ଅଞ୍ଚଳରୁ ୨୦ ଜଣ ( ୧୭ ଜଣ ପୁରୁଷ ଓ ୩ଜଣ ମହିଳା) କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୨ ଜଣ ( ୧୧ଜଣ ପୁରୁଷ ଓ ୧ ଜଣ ମହିଳା ) , ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୫ ଜଣ ( ୫ଜଣ ପୁରୁଷ ) ଓ ପାଳଲହଡା ବ୍ଳକ୍ ଅଞ୍ଚଳରୁ ୩ ଜଣ ( ୩ ଜଣ ପୁରୁଷ ) ରହିଛନ୍ତି ।


ସମସ୍ତ ଆକ୍ରାନ୍ତଙ୍କ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନୀରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଗୁରୁବାର ଜିଲ୍ଲାରେ ୧୪୨ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ ହସପିଟାଲରୁ ଓ ୧୨୯ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details