ଅନୁଗୋଳ: ଦୀର୍ଘ ଦିନ ପରେ ଅନୁଗୋଳ ପୋଲିସକୁ କୋରୋନା ମୁକାବିଲା ପାଇଁ ଜନସଚେତନତା କରିବା କଥା ମନେ ପଡିଛି । ଏଣିକି ଠିକରେ ମାସ୍କ ନ ପିନ୍ଧିଲେ ଫାଇନ ଦେବାକୁ ପଡିବ ବୋଲି ଅନୁଗୋଳ ଏସପି ଜଗମୋହନ ମିନା ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସମସ୍ତ ଜନ ସାଧାରଣ ସାମାଜିକ ଦୁରତା ମାନିବା, ବିନା କାମରେ ଘରୁ ନ ବାହାରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ଏହା ବ୍ୟତୀତ ବିଗତ ଦିନରେ କୋଭିଡ କଟକଣା ଖିଲାପ କାରୀଙ୍କ ବିରୁଦ୍ଧରେ କି କି କାଯ୍ୟାନୁଷ୍ଠାନ ହୋଇଛି ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି ।
ମାସ୍କ ନ ପିନ୍ଧି 11 ହଜାରରୁ ଊର୍ଦ୍ଧ୍ବ ଅମାନିଆ ଗଣିଲେ 36ଲକ୍ଷ ଟଙ୍କା ଫାଇନ - anugul police
କୋରୋନା ସଚେତନକୁ ନେଇ ଦୀର୍ଘ ଦିନ ପରେ ପୁଣି ଜାଗି ଉଠିଛି ଅନୁଗୋଳ ପୋଲିସ । ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଲେ ଏସପି । ଅଧିକ ପଢନ୍ତୁ...
ମାସ୍କ ନ ପିନ୍ଧି 11435 ଜଣ ଗଣିଲେ 36 ଲକ୍ଷ 20 ହାଜର ଟଙ୍କା ଫାଇନ
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମାସ୍କ ପିନ୍ଧିନଥିବା 11 ହଜାର 435 ଜଣ ଲୋକଙ୍କ ଠାରୁ 36 ଲକ୍ଷ 20 ହାଜରରୁ ଅଧିକ ଟଙ୍କାର ଫାଇନ ଆଦାୟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସପି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ