ରାଉରକେଲା: ହକିର ହବ୍ ନାଁରେ ପରିଚିତ ଓଡିଶାର ସୁନ୍ଦରଗଡ ଜିଲ୍ଲା । ଏହି ଜିଲ୍ଲା କେତେ ଅନ୍ତର୍ଜାତୀୟ ହକି ଖେଳାଳିଙ୍କୁ ଜନ୍ମ ଦେଇଛି । ଟିକେ ଅଜବ ହେଲେ ବି ସତ ଏଠାକାର ଖାସି ବି ଏକ ପ୍ରମୁଖ ଭୂମିକା ତୁଲାଇଛନ୍ତି ହକିର ବିକାଶରେ।
ଆଦିବାସୀ ବହୁଳ ଏହି ଜିଲ୍ଲାରେ ଖାସି ଟୁର୍ଣ୍ଣାମେଣ୍ଟ ହେଉଛି ଛାତ୍ର ଛାତ୍ରୀ ତଥା ଖେଳାଳିଙ୍କ ପାଇଁ ପ୍ରଥମ ପାହାଚ। ତେଣୁ ପ୍ରତିବର୍ଷ ଏଠାରେ ପାଳିତ ହୁଏ 'ଖାସି ହକି ଟୁର୍ଣ୍ଣାମେଣ୍ଟ' । ଖାସି ଟୁର୍ଣ୍ଣାମେଣ୍ଟରେ ବହୁ ସଂଖ୍ୟାରେ ହକି ଟିମ ଭାଗ ନିଅନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଜକୁ ଏପରି ପ୍ରସ୍ତୁତ କରିଥାନ୍ତି ଯେ, ଅଳ୍ପ କୋଚିଂ ତଥା ହଷ୍ଟେଲରେ ନାମ ଲେଖା ହେବା ପରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟତା ପାଇବାରେ ତାଙ୍କୁ ଅସୁବିଧା ହୁଏ ନାହିଁ।