ଭୁବନେଶ୍ବର: ଆଗାମୀ 10 ଓ 11 ତାରିଖରେ ଜାକର୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ରଗବୀ ସେଭେନ ଟ୍ରଫି ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଦଳ ଘୋଷଣା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ତେବେ ପୁରୁଷ ଦଳର 12 ଜଣିଆ ସଦସ୍ୟ ହରିୟାଣାର ବିକାଶ ଖେତ୍ରୀଙ୍କ ଅଧିନାୟୀକତ୍ୱରେ ପଡିଆକୁ ଓହ୍ଲାଇବେ । ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି, ନିରଜ ଖେତ୍ରୀ, ଦୀପକ ପୁଣିଆ, ପ୍ରିନ୍ସ ଖେତ୍ରୀ, ମୋହିତ ଖେତ୍ରୀ, ଅଜୟ ଦେଶୱାଲ, ସୁରିନ୍ଦର ସିଂ, ଜୋସନ ଗଜୁଲା, ପୁଲସାମୀ ଉଥୟ ଶଙ୍କର, ସୁକୁମାର ହେମ୍ବ୍ରମ, ରାଜଦିପ ସାହା, ଜାକିର ହୁସେନ ।
ସେହିପରି ମହାରାଷ୍ଟ୍ରର ଭାବିଜ ବାରୁଜାଙ୍କ ନେତୃତ୍ୱରେ 12 ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି । ଯେଉଁଥିରେ ଓଡ଼ିଶାର 4 ଜଣ ସଦସ୍ୟ ସୁମିତ୍ରା ନାୟକ, ହୁପି ମାଝୀ, ସୁଭଲକ୍ଷ୍ମୀ ବାରିକ ଓ ମିରାରଣୀ ହେମ୍ବ୍ରମ ସାମିଲ ଅଛନ୍ତି । ସେହିପରି ଦଳରେ ସାମିଲ ଥିବା ଅନ୍ୟ ସଦସ୍ୟମାନେ ହେଲେ ସ୍ବେତା ସାହି ଓ ସ୍ବିଟି କୁମାରୀ (ଉଭୟ ବିହାର), ଶୀତଲଶର୍ମା, ନେହା, ପ୍ରିୟା ବଂଶଲ, ଶିଖା ଯାଦବ(ସମସ୍ତେ ଦିଲ୍ଲୀ) ଓ ପଶ୍ଚିମବଙ୍ଗର ସନ୍ଧ୍ୟା ରାୟ ସାମିଲ ଅଛନ୍ତି ।
ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ବିଶାଳ ଦେବ, ପୂର୍ବତନ ରଗବି ଖେଳାଳି ତଥା ବଲିଉଡ ଅଭିନେତା ରାହୁଲ ବୋଷ ଓ ଓଡିଶା ରଗବି ଫୁଟବଲ ସଙ୍ଘର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ