ଭୋପାଳ: ମଧ୍ୟପ୍ରପଦେଶର କଂଗ୍ରେସ ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ପିସି ଶର୍ମା ରବିବାର ଦିନ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ । ମାହିଙ୍କ ସନ୍ୟାସ ନେବାର ଗୋଟିଏ ଦିନ ପରେ ପିସି ଶର୍ମା ଟ୍ବିଟ କରି ଦାବି କରିଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତୀୟ କ୍ରିକେଟକୁ ସାରା ବିଶ୍ବରେ ବିଜେତା ରୂପରେ ସ୍ଥାପିତ କରିଥିବା 'ଦେଶର ରତ୍ନ' ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ ।