ଓଡିଶା

odisha

ETV Bharat / sports

ବିଜୟ ପରାଜୟ ଜୀବନର ଏକ ଅଂଶ, ଖେଳାଳିଙ୍କ ପାଇଁ ଭାରତ ଗର୍ବିତ: ପ୍ରଧାନମନ୍ତ୍ରୀ ମୋଦି - ଟୋକିଓ ଅଲମ୍ପିକ

ଭାରତକୁ ୫-୨ରେ ହରାଇ ଫାଇନାଲରେ ପ୍ରବେଶ କରିଛି ବେଲଜିୟମ । ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମୁକାବିଲାର ବିଜେତା ଟିମ ସହ ଗୁରୁବାର ସ୍ବର୍ଣ୍ଣ ପଦକ ମ୍ୟାଚ ଖେଳିବ । ଅଧିକ ପଢନ୍ତୁ...

Wins and losses are a part of life, India is proud of our players: PM Modi on men's hockey team
ବିଜୟ ପରାଜୟ ଜୀବନର ଏକ ଅଂଶ, ଖେଳାଳିଙ୍କ ପାଇଁ ଭାରତ ଗର୍ବିତ: ପ୍ରଧାନମନ୍ତ୍ରୀ ମୋଦି

By

Published : Aug 3, 2021, 10:23 AM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ ଚଳିତ ଟୋକିଓ ଅଲମ୍ପିକ୍‌ର ସେମିଫାଇନାଲରେ ବେଲଜିୟମ ଠାରୁ ପରାସ୍ତ ହୋଇଛି । ପ୍ରତିଯୋଗିତାରେ ଏଯାବତ ମନପ୍ରୀତ ସିଂହଙ୍କ ନେତୃତାଧୀନ ଭାରତୀୟ ଟିମ ଯାହା ହାସଲ କରିଛନ୍ତି, ସେଥିପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି ଟ୍ବିଟରେ ଉଲ୍ଲେଖ କରିଛନ୍ତି, "ବିଜୟ ଓ ପରାଜୟ ଜୀବନର ଏକ ଅଂଶ । ଆମର ପୁରୁଷ ହକି ଟିମ ଟୋକିଓ ଅଲମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମସ୍ତ ପ୍ରୟାସ କରିଛନ୍ତି । ଆଗାମୀ ଟିମ ପାଇଁ ଶୁଭକାମନା ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା । ଆମ ଖେଳାଳିଙ୍କ ପାଇଁ ଭାରତ ଗର୍ବିତ ।"

କଡା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଭାରତକୁ ୫-୨ରେ ହରାଇ ଫାଇନାଲରେ ପ୍ରବେଶ କରିଛି ବେଲଜିୟମ । ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମୁକାବିଲାର ବିଜେତା ଟିମ ସହ ଗୁରୁବାର ସ୍ବର୍ଣ୍ଣ ପଦକ ମ୍ୟାଚ ଖେଳିବ ।

ଅନ୍ୟପଟେ ଭାରତ ଗୁରୁବାର, ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷ ମ୍ୟାଚର ପରାଜିତ ଟିମ ସହ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ ।

ସେମିରେ ଭାରତୀୟ ଖେଳାଳି ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷ କ୍ବାର୍ଟରରେ ଲୟ ହରାଇଥିଲେ । ଗୋଲ୍‌କିପର ଶ୍ରୀଜେଶଙ୍କ ସ୍ଥାନରେ ଜଣେ ଫିଲ୍ଡ ଖେଳାଳିଙ୍କୁ ଭାରତ ଖେଳାଇବାର ଫାଇଦା ଉଠାଇ ବେଲଜିୟମ ଶେଷ ଗୋଲ୍‌ କରିଥିଲା ।

ଶେଷ କ୍ବାର୍ଟର ପର୍ଯ୍ୟନ୍ତ ମ୍ୟାଚ ବରାବର ସ୍ଥିତିରେ ଥିଲା । ମାତ୍ର ଶେଷ ୧୫ ମିନିଟରେ ଭାରତ ହାତରୁ ମ୍ୟାଚ ଚାଲିଯାଇଥିଲା । ଭାରତ ୩ଟି ଗୋଲ ସ୍ବୀକାର କରିବା ସହ ୨-୫ରେ ପରାଜିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details