ଓଡିଶା

odisha

ETV Bharat / sports

ସୁଟିଂ ଟିମର ପ୍ରଦର୍ଶନରେ ଅସନ୍ତୁଷ୍ଟ NRAI, ବଦଳିବେ କୋଚିଂ ଷ୍ଟାଫ୍‌ - NRAI

ଟୋକିଓ ଅଲମ୍ପିକ୍‌ରେ ଭାରତର ନୈରାଶାଜନକ ପ୍ରଦର୍ଶନକୁ ସହଜରେ ଗ୍ରହଣ କରିପାରୁନି ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ‌ଇଣ୍ଡିଆ (NRAI) । ଟିମ ଭାରତ ଫେରିବା ପରେ ବଦଳିବେ କୋଚିଂ ଓ ସପୋର୍ଟ ଷ୍ଟାଫ୍‌ । ଏନେଇ ସ୍ପଷ୍ଟ କରିଛନ୍ତି ସଭାପତି ରାନିନ୍ଦର ସିଂହ । ଅଧିକ ପଢନ୍ତୁ...

Will overhaul coaching staff, NRAI chief after shooters' dismal show
ସୁଟିଂ ଟିମର ପ୍ରଦର୍ଶନରେ ଅସନ୍ତୁଷ୍ଟ NRAI, ବଦଳିବେ କୋଚିଂ ଷ୍ଟାଫ୍‌

By

Published : Jul 27, 2021, 4:09 PM IST

Updated : Jul 27, 2021, 5:01 PM IST

ଟୋକିଓ:ଚଳିତ ଟୋକିଓ ଅଲମ୍ପିକ୍‌ରେ ଭାରତର ନୈରାଶାଜନକ ପ୍ରଦର୍ଶନକୁ ସହଜରେ ଗ୍ରହଣ କରିପାରୁନି ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ‌ଇଣ୍ଡିଆ (NRAI) । ଟିମ ଭାରତ ଫେରିବା ପରେ ବଦଳିବେ କୋଚିଂ ଓ ସପୋର୍ଟ ଷ୍ଟାଫ୍‌ । ଏନେଇ ସ୍ପଷ୍ଟ କରିଛନ୍ତି ସଭାପତି ରାନିନ୍ଦର ସିଂହ । ଟୋକିଓ ଅଲମ୍ପିକରେ ଜଣଙ୍କ ପରେ ଜଣେ ଶୀର୍ଷ ମାନ୍ୟତାର ସୁଟର ଭାରତକୁ ନିରାଶ କରିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି NRAI ସଭାପତି ।

ଭାରତୀୟ ସୁଟିଂ ଟିମ

୫ ବର୍ଷ ତଳେ ଅଲମ୍ପିକର ପୂର୍ବ ସଂସ୍କରଣରେ ବର୍ଷ ୨୦୧୬ ରିଓ ଅଲମ୍ପିକ୍‌ରେ ଭାରତ ନୈରାଶାଜନକ ପ୍ରଦର୍ଶନ କରିଥିଲା । ୧୨ ଜଣିଆ ଭାରତୀୟ ସୁଟିଂ ଟିମ ପାଇଁ(୨୦୧୬ ରିଓ) କୋଚ୍‌ ଚୟନ କରିଥିବାରୁ ଖରାପ ପ୍ରଦର୍ଶନର ଉତ୍ତରଦାୟିତ୍ବ ସେ ନିଜେ ନେଇଥିଲେ କହିଛନ୍ତି ରାନିନ୍ଦର ।

ମଙ୍ଗଳବାର ମିଶ୍ରିତ ଟିମ ଯୋଡି ଟୋକିଓରେ ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦୟନୀୟ ପ୍ରଦର୍ଶନ ପରେ ସିଂହ କହିଛନ୍ତି, "ଏପରି ପ୍ରଦର୍ଶନର ଆଶା ନଥିଲା, କୋଚିଂ ଓ ସପୋର୍ଟ ଷ୍ଟାଫଙ୍କ ପରିବର୍ତ୍ତନ ନିଶ୍ଚିନ୍ତ । କାରଣ ଏପରି ବଡ ପ୍ରତିଯୋଗିତା ପାଇଁ ଆମ ସୁଟର ମାନଙ୍କ ପ୍ରସ୍ତୁତିରେ ନିଶ୍ଚିନ୍ତ କମି ରହିଛି ।"

କାରଣ ଆମ ପାଖେ ପ୍ରତିଭା ରହିଛନ୍ତି, ଏହାର ଝଲକ ମଧ୍ୟ କିଛି ଇଭେଣ୍ଟରେ ଦେଖିବାକୁ ମିଳିଲା । ଏବେବି ଟିମର କିଛି ଇଭେଣ୍ଟ ବାକି ରହିଛି ଓ ଟିମ ସଂଘର୍ଷ ଜାରି ରଖିଛି । ପରାଜୟର ପୋର୍ଷମର୍ଟମ ଟିମ ସ୍ବଦେଶ ଫେରିବା ପରେ ନିଶ୍ଚିନ୍ତ ହେବ କହିଛନ୍ତି ରାନିନ୍ଦର ।

ଭାରତୀୟ ଷ୍ଟାର ସୁଟର ମନୁ ଭାକର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ ପ୍ରତିଯୋଗିତାରେ ସପ୍ତମ ସ୍ଥାନରେ ରହି ବାଦ୍‌ ପଡିଛନ୍ତି ।

୨୦୧୯ରେ ୪ଟି ସ୍ବର୍ଣ୍ଣ ପଦସ ଜିତିଥିବା ଏହି ଯୋଡି ଟୋକିଓରେ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୬୦୦ରୁ ୫୮୬ ସ୍କୋର କରିବାରେ ସଫଳ ହୋଇଥିଲା । ମାତ୍ର ଦ୍ବିତୀୟ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ମାତ୍ର ୪ ପଏଣ୍ଟ ପାଇଁ ପଦକ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ । ମୋଟ ୪୦୦ ପଏଣ୍ଟରୁ ୩୮୦ ପଏଣ୍ଟ ହାସଲ କରିପାରିଥିଲେ ।

ଅନ୍ୟପଟେ ଦ୍ବିତୀୟ ଭାରତୀୟ ଯୋଡି ଅଭିଶେକ ବର୍ମା ଓ ଯଶସ୍ବିନୀ ଦେଶୱାଲ ୫୬୪ ପଏଣ୍ଟ ସହ ୧୭ତମ ସ୍ଥାନରେ ରହି ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ବିଦାୟ ନେଇଥିଲେ ।

ସେହିପରି ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ ଇଭେଣ୍ଟର ଦୁଇ ଭାରତୀୟ ଯୋଡି ମଧ୍ୟ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ପାର୍‌ କରିବାରେ ଫେଲ୍‌ ମାରିଛନ୍ତି । ଏଲାଭେନିଲ ଭଲାରିଭାନ ଭଲାରିଭାନ ଓ ଦିବ୍ୟାଂଶ ପାନୱାର ମିଳିତ ଭାବେ ୬୨୫.୫ ପଏଣ୍ଟ ସହ ଦ୍ବାଦଶ ସ୍ଥାନ ଓ ଦୀପକ କୁମାର ଅଞ୍ଜୁମ ମୌଦଗିଲ ୬୨୩.୮ ପଏଣ୍ଟ ହାସଲ କରି ୧୮ତମ ସ୍ଥାନରେ ରହି ଶ୍ରେଷ୍ ୮ ସ୍ଥାନରୁ ବାହାର ହୋଇଥିଲେ ।

ତେବେ ମହିଳା ୨୫ ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଟୋକିଓ ଅଲମ୍ପିକର ଷଷ୍ଠ ଦିନରେ ମନୁ ଭାକର ଓ ରାହି ସର୍ନୋବାତ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2021, 5:01 PM IST

ABOUT THE AUTHOR

...view details