ଭୁବନେଶ୍ବର:140 କୋଟି ଲୋକଙ୍କ ଦେଶ ଭାରତ । ଆଉ ଭାରତରେ କ୍ରୀଡାର ସ୍ଥାନ କାହିଁ କେତେ ଉପରେ । ଆଉ ସମସ୍ତ କ୍ରୀଡା ମଧ୍ୟରୁ ହକିର ସ୍ଥାନ ନକହିବା ଭଲ । କ୍ରିକେଟ ପ୍ରିୟ ଦେଶରେ ହକି ଦେଶବାସୀଙ୍କ ଦିଲ୍-ଦିମାଗ ଏବଂ ଧଡକନରେ । ଆଉ ହକିର ସମସ୍ତ ଖେଳାଳି ଦେଶର ଶାନ୍ । ଏକଦା ହକିରେ ବିଶ୍ବରେ ରାଜ କରୁଥିଲା ଭାରତ । ଆଉ ହକି ତାରକାଙ୍କୁ ମିଳୁଥିଲା ଢେର ପ୍ରଶଂସା ଏବଂ ପ୍ରୋତ୍ସାହନ । କିନ୍ତୁ ଧୀରେ ଧୀରେ ବଦଳିଲା ସମୟ । ହକିର ପାଓ୍ବାରହାଉସ୍ ଭାରତରେ ହକିର ଲୋକପ୍ରିୟତା କମିବାକୁ ଲାଗିଥିଲା । ଦେଶବାସୀଙ୍କ ହୃଦୟରେ ଘର କରିଥିବା ଏହି କ୍ରୀଡା ସମୟାନୁସାରେ ଲୋକଙ୍କ ମନରୁ ଲିଭୁଥିଲା । ହେଲେ ହଠାତ୍ ପୁଣି ଦେଶରେ ଉପରମୁହାଁ ହକି ଫିଭର । ପିଲାଠୁ ବୃଦ୍ଧ ସମସ୍ତେ ହକି କ୍ରେଜରେ ମସଗୁଲ । ଚାରିଆଡେ ସେଲିବ୍ରେସନ, ଚାରିଆଡେ ଚର୍ଚ୍ଚା । ଆଉ ଏହା ସମ୍ଭବ ହୋଇପାରିଛି ଅଲମ୍ପିକରେ ଭାରତର ଉଭୟ ଟିମର ଦମଦାର ପ୍ରଦର୍ଶନ ପାଇଁ । ମରୁଭୂମିରେ ଅଚାନକ ଅସରାଏ ବର୍ଷା ପରି, ଅଲମ୍ପିକରେ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତି ଦୀର୍ଘ ଦିନର ପଦକ ମରୁଡି ଶେଷ କରିଛି । ଆଉ ତାପରେ ଦେଶର କୋଣ ଅନୁକୋଣରେ ହକି ହକି ...
ହେଲେ ହଠାତ୍ ପୁଣି କାହିଁକି ବୃଦ୍ଧି ପାଇଲା ହକି ଫିଭର ? ଏହି ଐତିହାସିକ ବିଜୟ କେତେ ଗୁରୁତ୍ବପୂର୍ଣ୍ଣ ? ଅଲମ୍ପିକ୍ ମେଡାଲ ବିଜୟ ପରେ ଦେଶରେ କଣ ହେବ ହକିର ଭବିଷ୍ୟତ ? ଆଉ ହକି ପାଇଁ ଉଠିଥିବା ଜୁଆରରେ ପଡିବନି ତ ଭଟ୍ଟା ? ଏ ସମସ୍ତ ପ୍ରଶ୍ନ ଏବେ ପ୍ରତିଟି ଦେଶବାସୀଙ୍କ ମନରେ ଉଙ୍କି ମାରୁଛି । ତେବେ ଅଲମ୍ପିକରେ ଉଭୟ ଦଳର ଚମତ୍କାର, ଆକର୍ଷଣୀୟ ଏବଂ ଦର୍ଶନୀୟ ପ୍ରଦର୍ଶନ ଦେଶରେ ହକିର ଭବିଷ୍ୟତ ସ୍ଥିର କରିବ ନିଶ୍ଚିତ । ହୃଦୟ ଭିତରେ ଘର କରିଥିବା ହକି ପୁଣି ଫେରିପାଇବ ତାର ହଜିଲା ପରିଚୟ । ଆଉ ହକି ପାଇଁ ସ୍ବପ୍ନ ଦେଖୁଥିବା ପ୍ରତିଟି ଯୁବକ/ଯୁବତୀଙ୍କୁ ଯୋଗାଇବା ଭରପୁର ପ୍ରେରଣା ।
ତେବେ ନଜର ପକାନ୍ତୁ ଏହି ଐତିହାସିକ ବିଜୟ କେତେ ଗୁରୁତ୍ବପୂର୍ଣ୍ଣ ।
1. କ୍ରିକେଟ ଭଳି ଭାରତରେ ହକିର ଲୋକପ୍ରିୟତା ବଢିବ
2. ଆସନ୍ତା ଅଲମ୍ପିକରେ ଗୋଲ୍ଡ ପାଇଁ ଦଳ ପ୍ରସ୍ତୁତି କରିବ
3. ପୁଣି ଅନ୍ତର୍ଜାତୀୟ ସ୍ତରରେ ହକିରେ ଭାରତର ଦବଦବା ବଢିବ
4. ହକି ଖେଳାଳିଙ୍କ ଷ୍ଟାରଡମ୍ ବଢିବ
5. ହକିକୁ ଦେଶରେ ପ୍ରଚାର ପ୍ରସାର ଏବଂ ପ୍ରୋତ୍ସାହନ ମିଳିବ
ଅଲମ୍ପିକର ସେହି ଇତିହାସ ରଚନାକାରୀ ମୁହୂର୍ତ୍ତର ମୁକସାକ୍ଷୀ ସାଜିଥିବା ପ୍ରତିଟି ଦେଶବାସୀଙ୍କ ମଧ୍ୟରେ ନିଶ୍ଚିତ ହକି ଲୋକପ୍ରିୟତା ହାସଲ କରିବ । ଫଳରେ ଦେଶରେ ହକିର ପ୍ରଚାର, ପ୍ରସାର ଏବଂ ପ୍ରୋତ୍ସାହନ ପୂର୍ବାପେକ୍ଷା ଢେର ବୃଦ୍ଧି ପାଇବ । ଆଉ ହକି ପୁଣି ଫେରିପାଇବ ଗୌରବମୟ ଅଲିଭା ଫର୍ଦ୍ଦ । ତେବେ ଦେଶରେ ହକିର ପୁନର୍ଜନ୍ମ ଏବଂ ସ୍ବର୍ଣ୍ଣିମ ଯୁଗର ପ୍ରତ୍ୟାବର୍ତ୍ତନ ପାଇଁ ସବୁଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ହେଉଛି । ଦେଶର ସବୁ ବର୍ଗର ଲୋକେ ନବୀନଙ୍କୁ ଶୁଭେଚ୍ଛା ପ୍ରଦାନ କରୁଛନ୍ତି । ଆଉ ଅନ୍ୟମାନେ ମଧ୍ୟ ଓଡିଶା ମଡେଲକୁ ଅନୁସରଣ ପାଇଁ ଦାବି ଦେଉଛି ।
ତେବେ ଜାଣନ୍ତୁ ହକି ପାଇଁ କଣ ରହିଛି ‘ଓଡିଶା ମଡେଲ୍’ ?
ଅଲମ୍ପିକରେ ପୁରୁଷ ହକି ଟିମ୍ 41 ବର୍ଷ ପରେ ସେମିରେ ପ୍ରବେଶ କରିଥିଲା । ସେମି ମୁକାବିଲାରେ ପରାଜୟ ପରେ ଜର୍ମାନୀକୁ କାଂସ୍ୟ ମ୍ୟାଚରେ ପରାସ୍ତ କରି ମେଡାଲ ବିଜୟୀ ହୋଇଛି । ସେହିପରି 3ୟ ଥର ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ମହିଳା ହକି ଦଳ ମଧ୍ୟ ସେମି ଟକ୍କରରେ ପରାସ୍ତ ହୋଇ କାଂସ୍ୟ ମ୍ୟାଚ ଖେଳିଥିଲା । ଗ୍ରେଟ୍ ବ୍ରିଟେନଠାରୁ 4-3 ଗୋଲରେ ଲଢୁଆଳ ଖେଳ ପ୍ରଦର୍ଶନ କରି ପରାସ୍ତ ହୋଇଛି । ତେବେ ଦୁଇ ଦଳର ଦମଦାର ପ୍ରଦର୍ଶନ କେବଳ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପାଇଁ ସମ୍ଭବ ହୋଇଥିବା ଚର୍ଚ୍ଚା ହେଉଛି । ଯେତିକି ବେଳେ ହକିକୁ ସାହାରାର ଆବଶ୍ୟକତା ଥିଲା ଆଉ ସମସ୍ତେ ପଛଘୁଞ୍ଚା ଦେଇଥିଲେ, ଠିକ୍ ସେତିକି ବେଳେ ଆଗେଇ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । କେବଳ ହକିର ପ୍ରାୟୋଜକ ହୋଇନଥିଲେ ରାଜ୍ୟ ସରକାର ବରଂ ହକିର ସମସ୍ତ ଦାୟିତ୍ବ ମୁଣ୍ଡକୁ ନେଇଥିଲେ । ଯଥା-
2017: ହକି ଇଣ୍ଡିଆ ଲିଗରେ ସାମିଲ ହେଲା ରାଜ୍ୟ ସରକାରଙ୍କ ପ୍ରାୟୋଜିତ କଳିଙ୍ଗ ଲାନ୍ସର ଟିମ୍
2018: ଭାରତୀୟ ହକି ଦଳର ପ୍ରାୟୋଜକରୁ ଓହରିଲା ସାହାରା ଇଣ୍ଡିଆ
2018: ରାଜ୍ୟ ସରକାର-ହକି ଇଣ୍ଡିଆ ମଧ୍ୟରେ 5ବର୍ଷ ପାଇଁ ହେଲା ପ୍ରାୟୋଜକ ଚୁକ୍ତି । ସବୁ ବର୍ଗର ଟିମ୍ ଏବଂ ହକିର ଉନ୍ନତି ପାଇଁ 150 କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ହୋଇଥିବା ଚିକ୍ତିକୁ, ଦେଶ ପାଇଁ ଓଡିଶାର ଗିଫ୍ଟ କହିଥିଲେ ନବୀନ ।
2018: ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ବକପ୍