ଓଡିଶା

odisha

Tokyo Olympics: ‘ମେଡାଲ ଜିତିବା ପାଇଁ ଜି ଜାନ ଲଗାଇଦେବୁ’

By

Published : Aug 5, 2021, 11:04 PM IST

ଟୋକିଓ ଅଲମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଲଢ଼େଇ କରିବ ଭାରତୀୟ ମହିଳା ହକି ଦଳ । ଏହି ମ୍ୟାଚ ପାଇଁ ଜି ଜାନ ଲଗାଇ ଦେବେ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳ ଅଧିନାୟକା । ଅଧିକ ପଢ଼ନ୍ତୁ...

Tokyo Olympics: ଗ୍ରେଟବ୍ରିଟେନ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ସମସ୍ତ ଚେଷ୍ଟା କରିବୁ
Tokyo Olympics: ଗ୍ରେଟବ୍ରିଟେନ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ସମସ୍ତ ଚେଷ୍ଟା କରିବୁ

ଟୋକିଓ: ଆସନ୍ତାକାଲି ଟୋକିଓ ଅଲମ୍ପିକ ଗେମ୍ସରେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ ଲଢ଼େଇ କରିବ ଭାରତୀୟ ମହିଳା ହକି ଦଳ । ଏହି ମ୍ୟାଚ ପାଇଁ ଜି ଜାନ ଲଗାଇ ଦେବେ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳ ଅଧିନାୟକ ରାନୀ ରାମପାଲ । ଏହି ମ୍ୟାଚରେ ଭାରତ ପଦକ ହାସଲ କରିବା ନେଇ ସଭିଏଁ ଆଶାବାଦୀ ରହିଛନ୍ତି ।

ବ୍ରୋଞ୍ଜ ପଦକ ପାଇଁ ଭାରତୀୟ ସମୟ ସକାଳ ୭ଟାରେ ଆରମ୍ଭ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ଲଢ଼େଇ । ଏହାକୁ ଭାରତୀୟ ମହିଳା ଦଳ ଅଧିନାୟକ ରାନୀ ରାମପାଲ କହିଛନ୍ତି ଯେ, "ଆମେ ଆର୍ଜେଣ୍ଟିନା ବିପକ୍ଷରେ କଡ଼ା ମୁକାବିଲା କରିଥିଲୁ । କିନ୍ତୁ ଛୋଟ ଛୋଟ ସୁଯୋଗ ହାତ ଛଡ଼ା କରିବାକୁ ଆମେ ମ୍ୟାଚରେ ପରାଜୟ ହୋଇଥିଲୁ । ଆମେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ ମଧ୍ୟ କରିଥିଲୁ । କିନ୍ତୁ ସେହି ଦିନ ଆମ ପାଇଁ ନଥିଲା । ଗ୍ରେଟ ବ୍ରିଟେନ ଆମ ଠାରୁ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଗ୍ରେଟ ବ୍ରିଟେନ ବିପକ୍ଷରେ ସମସ୍ତ ଭୁଲ ସୁଧାରିବାକୁ ଆମେ ପ୍ରାଣେପ୍ରାଣେ ଚେଷ୍ଟା କରିବୁ । ବର୍ତ୍ତମାନ ବି ଆମ ପାଖରେ ଏକ ପଦକ ଜିତିବାର ସୁଯୋଗ ରହିଛି । ଆମ ଖେଳାଳିମାନେ ଯେଉଁଭଳି ଭାବରେ ପ୍ରଦର୍ଶନ କରିଛନ୍ତି । ତାହାକୁ ନେଇ ମୁଁ ଆଶ୍ବସ୍ତ ଅଛି ।"

ସେପଟେ ଭାରତୀୟ ମହିଳା ଦଳ କୋଚ୍ ସୋର୍ଡ ମାର୍ଜିନ ମଧ୍ୟ ଭାରତୀୟ ଦଳକୁ ନେଇ ସକରାତ୍ମକ ରହିଛନ୍ତି । ଭାରତୀୟ ଦଳ ନିଶ୍ଚୟ ଜିତିବ ବୋଲି ସେ ଆଶାବାଦୀ ହୋଇ ରହିଛନ୍ତି । ଆର୍ଜେଣ୍ଟିନା ବିପକ୍ଷରେ ଭାରତ ପ୍ରଥମେ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ପ୍ରତିପକ୍ଷ ଦଳ ଦୁଇଟି ଗୋଲ ଦେଇ ଭାରତକୁ ସେମିରେ ମାତ ଦେଇଥିଲା ।

@ani

ABOUT THE AUTHOR

...view details