ଓଡିଶା

odisha

ETV Bharat / sports

'United By Emotion': ସରିଲା ଟୋକିଓ ଅଲମ୍ପିକ୍ସ, ପ୍ୟାରିସ୍‌ ୨୦୨୪କୁ ଅପେକ୍ଷା - ଟୋକିଓ ଅଲମ୍ପିକ୍‌ ୨୦୨୧

ଦୀର୍ଘ ୧୭ ଦିନ ଧରି ଚାଲିଥିବା ଅଲମ୍ପିକ ଖେଳ ହେଲା ସମାପ୍ତ । ଟୋକିଓ ଅଲମ୍ପିକ୍‌ରେ ୨୦୦ରୁ ଅଧିକ ଦେଶର ପ୍ରାୟ ୧୧,୦୦୦ ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ । ‌ଅଧିକ ପଢନ୍ତୁ...

'United By Emotion': Athletes wave goodbye as Tokyo Olympics ends
'United By Emotion': ଶେଷହେଲା ଟୋକିଓ ଅଲମ୍ପିକ୍‌, ପ୍ଯାରିସ୍‌ ୨୦୨୪କୁ ଅପେକ୍ଷା

By

Published : Aug 8, 2021, 6:58 PM IST

Updated : Aug 8, 2021, 7:16 PM IST

ଟୋକିଓ: ଦୀର୍ଘ ୧୭ ଦିନ ଧରି ଚାଲିଥିବା ଅଲମ୍ପିକ ଖେଳ ରବିବାର ଶେଷ ହୋଇଛି । ଟୋକିଓ ଅଲମ୍ପିକ୍‌ ୨୦୨୦ର ଉଦ୍‌ଯାପନୀ ସମାରୋହରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ତ୍ରିରଙ୍ଗା ହାତରେ ଧରି ଅନ୍ୟ ଦେଶର ଅଲମ୍ପିକ ଟିମର ଧ୍ବଜାବାହକଙ୍କ ସହ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ପ୍ରାୟ ୨୦୦ରୁ ଅଧିକ ଦେଶର ଆଥଲେଟ୍‌ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ।

ବଜରଙ୍ଗ ଅନ୍ୟ ଦେଶର ଧ୍ବଜାବାହକଙ୍କ ସହିତ ଷ୍ଟାଡିୟମକୁ ମଧ୍ୟଭାଗକୁ ଯାଇଥିଲେ । ଡାଏସ ଚାପପଟେ ରିଙ୍ଗ୍‌ ଆକୃତିରେ ସମସ୍ତ ଧ୍ବଜାବାହକ ରହିଥିଲେ । ଟୋକିଓ ଅଲମ୍ପିକ୍‌ ପ୍ରାୟ ୩୩ଟି ଭିନ୍ନ ଖେଳରେ କଠିନ ପରିଶ୍ରମର ସଫଳତାର ସାକ୍ଷୀ ପାଲଟିଥିବାରୁ ବିଶ୍ବର କ୍ରୀଡା ସମୁହ ଉତ୍ସବ ମନାଇଥିଲା । COVID-୧୯ ସଂକ୍ରମଣ ଭୟ ଯୋଗୁଁ ଏଥର ଅଲମ୍ପିକ୍‌ ଖେଳ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯାଇଥିଲା ।

ଟୋକିଓ ଅଲମ୍ପିକ୍‌ରେ ୨୦୦ରୁ ଅଧିକ ଦେଶର ପ୍ରାୟ ୧୧,୦୦୦ ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ । ‌ଭାରତ ପାଇଁ ଏହି ସଂସ୍କରଣର ଅଲମ୍ପିକ ଐତିହାସିକ ହୋଇଛି । ଦେଶର ଅଲମ୍ପିକ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ସର୍ବାଧିକ ୭ଟି ପଦକ(ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ) ହାସଲ କରିଛି । ଏଥିସହ ଆଥଲେଟିକ୍ସ ଇଭେଣ୍ଟରେ ପ୍ରଥମ ସ୍ବର୍ଣ୍ଣ ପଦକ ମଧ୍ୟ ହାତେଇଛି ଭାରତ ।

ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଛନ୍ତି । ବଜରଙ୍ଗ ପୁନିଆ(ବ୍ରୋଞ୍ଜ), ମୀରାବାଇ ଚାନୁ(ରୌପ୍ୟ), ପିଭି ସିନ୍ଧୁ(ବ୍ରୋଞ୍ଜ), ରବି କୁମାର ଦହିୟା(ରୌପ୍ୟ), ଲଭଲିନା ବୋର୍ଗହେନ(ବ୍ରୋଞ୍ଜ), ପୁରୁଷ ହକି ଟିମ(ବ୍ରୋଞ୍ଜ) ପଦକ ଜିତିଛନ୍ତି ।

ଟୋକିଓ ଅଲମ୍ପିକ ସଫଳତାର ସହ ଶେଷ ହେଲା,ସମଗ୍ର ବିଶ୍ବକୁ ଏହି ଇଭେଣ୍ଟର ସଫଳ ଆୟୋଜନ ଏକ ନୂଆ ଆଶା ଦେଇଛି କହିଥିଲେ, ଅନ୍ତର୍ଜାତୀୟ ଅଲମ୍ପିକ କମିଟି ସଭାପତି(IOC) ଥୋମାସ ବାଚ୍‌ । ଅଲମ୍ପିକର ପରବର୍ତ୍ତୀ ସଂସ୍କରଣ ୨୦୨୪ରେ ପ୍ୟାରିସ୍‌ରେ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2021, 7:16 PM IST

ABOUT THE AUTHOR

...view details