ଓଡିଶା

odisha

ETV Bharat / sports

Tokyo Paralympics: ୫ମ ସ୍ଥାନରେ ସାକିନା ଖାତୁନଙ୍କ ଅଭିଯାନ ଶେଷ - ଟୋକିଓ ପାରାଲିମ୍ପିକ୍ସ

ଭାରତର ସାକିନା ଖାତୁନ ମହିଳା ୫୦କିଲୋ ପାୱାରଲିଫ୍ଟ ଫାଇନାଲରେ ପଞ୍ଚମ ସ୍ଥାନରେ ରହିବା ସହିତ ମେଡାଲରୁ ବଞ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

ସାକିନା ଖାତୁନଙ୍କ ଅଭିଯାନ ଶେଷ
ସାକିନା ଖାତୁନଙ୍କ ଅଭିଯାନ ଶେଷ

By

Published : Aug 27, 2021, 12:44 PM IST

ଟୋକିଓ:ପାରାଲିମ୍ପିକ୍ସ ଭାରୋତ୍ତଳନରେ ସାକିନାଙ୍କ ଅଭିଯାନ ଶେଷ ହୋଇଛି । ଭାରତର ସାକିନା ଖାତୁନ ମହିଳା ୫୦କିଲୋ ପାୱାରଲିଫ୍ଟ ଫାଇନାଲରେ ପଞ୍ଚମ ସ୍ଥାନରେ ରହିବା ସହିତ ମେଡାଲରୁ ବଞ୍ଚିତ ଅଛନ୍ତି ।କମନୱେଲ୍ଥ ଗେମ୍ସରେ ବ୍ରୋଞ୍ଚ ମେଡାଲ ଜିତିଥିବା ସାକିନା ପ୍ରଥମ ପ୍ରୟାସରେ ସଫଳତାର ସହ 90 କିଲୋଗ୍ରାମ ଭାରଉତ୍ତୋଳନ କରିଥିଲେ । ଏହା ପରେ ସେ ୯୦ କିଲୋଗ୍ରାମରୁ ଅଧିକ ପର୍ଯ୍ୟନ୍ତ ଯାଇପାରି ନଥିଲେ । ଫଳ ସୂରୁପ ଭାରତୀୟ ପାରା-ପାୱାରଲିଫ୍ଟର ପଦକରୁ ବଞ୍ଚିତ ହୋଇଛନ୍ତି ।

ଇଜିପ୍ଟର ରେହବ ଅହମ୍ମଦ ରୌପ୍ୟ ଜିତିଥିବା ବେଳେ ଚାଇନାର ପାୱାରଲିଫ୍ଟର୍ ହୁ ଦାଣ୍ଡାନ୍ 120 କିଲୋଗ୍ରାମ ଉଠାଇ ସ୍ବର୍ଣ୍ଣ ଜିତିଥିଲେ । ଆଜି(ଶୁକ୍ରବାର) ଟୋକିଓ ପାରାଲିମ୍ପିକ୍ସରେ ମହିଳା 50କେଜି ପାୱାରଲିଫ୍ଟ ଫାଇନାଲରେ ଗ୍ରେଟ ବ୍ରିଟେନର ଅଲିଭିଆ ବ୍ରୁମ ବ୍ରୋଞ୍ଜ ଜିତିଛନ୍ତି । ସାକିନା ତାଙ୍କର ପ୍ରଥମ ପ୍ରୟାସରେ 90 କିଲୋଗ୍ରାମ ଉଠାଇବା ପରେ ଏକ ଭଲ ଆରମ୍ଭରେ ପହଞ୍ଚିଥିଲେ । ୟୁକ୍ରେନର ଲିଡିଆ ସୋଲୋଭିଓଭା 104 କିଲୋଗ୍ରାମ ଉଠାଇ ଶୀର୍ଷରେ ପହଞ୍ଚିଥିଲେ ।

ପ୍ରଥମ ରାଉଣ୍ଡ ଶେଷ ବେଳକୁ ସାକିନା ଷଷ୍ଠ ସ୍ଥାନରେ ରହିଥିବାବେଳେ ୧୧୭କେଜି ଉଠାଇ ଇଜିପ୍ଟର ଅହମ୍ମଦ ଶୀର୍ଷରେ ରହିଥିଲେ । ଏହା ପରେ ୯୩କେଜି ଉଠାଉବାରେ ବିଫଳ ହୋଇଥିଲେ ସାକିନା । ପଦକ ପାଇଁ ତାଙ୍କର ଉଦ୍ୟମ ପର୍ଯ୍ୟାପ୍ତ ନଥିଲା । ପ୍ରକାଶ ଥାଉ କି, ଆସନ୍ତାକାଲି ଭାରତର ପାରା-ପାୱାରଲିଫ୍ଟର ଜୟଦୀପ କୁମାର ପୁରୁଷ 65 କିଲୋଗ୍ରାମ ବର୍ଗରେ ଅଂଶଗ୍ରହଣ କରିବେ ।

@ANI

ABOUT THE AUTHOR

...view details