ଓଡିଶା

odisha

ETV Bharat / sports

Tokyo Paralympics: ଓପନ୍ ରାଙ୍କିଙ୍ଗ୍ ରାଉଣ୍ଡରେ ତୀରନ୍ଦାଜ ଜ୍ୟୋତି - ଜ୍ୟୋତି ବାଲିୟାନ

ଭାରତର ପାରା ତୀରନ୍ଦାଜ ଖେଳାଳି ଜ୍ୟୋତି ବାଲିୟାନ ୧୫ତମ ସ୍ଥାନ ହାସଲ କରିଛନ୍ତି । ଆଜି(ଶୁକ୍ରବାର) ଟୋକିଓ ପାରାଲିମ୍ପିକ୍ସରେ 671 ପଏଣ୍ଟ ସହ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ୍ ରାଙ୍କିଙ୍ଗ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଧିକ ପଢନ୍ତୁ...

ଓପନ୍ ର୍ୟାଙ୍କିଙ୍ଗ୍ ରାଉଣ୍ଡରେ ତୀରନ୍ଦାଜ ଜ୍ୟୋତି
ଓପନ୍ ର୍ୟାଙ୍କିଙ୍ଗ୍ ରାଉଣ୍ଡରେ ତୀରନ୍ଦାଜ ଜ୍ୟୋତି

By

Published : Aug 27, 2021, 10:38 AM IST

ଟୋକିଓ:ଭାରତର ପାରା ତୀରନ୍ଦାଜ ଖେଳାଳି ଜ୍ୟୋତି ବାଲିୟାନ ୧୫ତମ ସ୍ଥାନ ହାସଲ କରିଛନ୍ତି । ଆଜି(ଶୁକ୍ରବାର) ଟୋକିଓ ପାରାଲିମ୍ପିକ୍ସରେ 671 ପଏଣ୍ଟ ସହ ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ଓପନ୍ ରାଙ୍କିଙ୍ଗ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପ୍ରଥମ ରାଉଣ୍ଡରେ ୧୮ଟି ତୀର ପରେ ଜ୍ୟୋତି 168 ପଏଣ୍ଟ ସହିତ 24 ମଧ୍ୟରୁ 11 ତମ ସ୍ଥାନରେ ରହିଥିଲେ । ପରବର୍ତ୍ତୀ ୬ଟି ସୁଟକେ ଜ୍ୟୋତି 278 ପଏଣ୍ଟ ସହ 13 ତମ ସ୍ଥାନରେ ରହିଥିଲେ । ଅଧାରେ ୩୬ଟି ତୀର ସହିତ ୩୩୩ ପଏଣ୍ଟରେ ୧୩ତମ ସ୍ଥାନରେ ରହିଥିଲେ ।

ଦ୍ବିତୀୟ ରାଉଣ୍ଡରେ ଜ୍ୟୋତି ଆଉ 12ଟି ସଟ୍ ପରେ 444 ପଏଣ୍ଟ ସ୍କୋର କରି 16 ତମ ସ୍ଥାନକୁ ଖସି ଆସିଥିଲେ । ଏହି ଭାରତୀୟ ତୀରନ୍ଦାଜ ସମୁଦାୟ 556 ପଏଣ୍ଟ ସହ 16 ତମ ସ୍ଥାନରେ ଅନ୍ତିମ 12ଥ୍ରୋକୁ ଯାଇଥିଲେ । ଶେଷ ୬ଟି ସଟ୍ ପୂର୍ବରୁ ଜ୍ୟୋତି 613 ପଏଣ୍ଟ ସହ 16 ତମ ସ୍ଥାନରେ ରହିଥିଲେ । ଶେଷ ୬ଟି ସୁଟରେ ୫୮ ପଏଣ୍ଟ ପାଇବା ସହିତ 15 ତମ ସ୍ଥାନରେ ରହିଛନ୍ତି ।

@ANI

ABOUT THE AUTHOR

...view details