ଟୋକିଓ:ପାରା ଟେବୁଲ ଟେନିସରେ ଭାବିନାଙ୍କର ଦମଦାର ପ୍ରଦର୍ଶନ । ଆଜି(ଶୁକ୍ରବାର)ଭାରତର ପାରା ଟେବୁଲ୍ ଟେନିସ୍ ଖେଳାଳି ଭାବିନା ପଟେଲ ବ୍ରାଜିଲର ଜୋଏସ୍ ଡି ଅଲିଭିଆରାଙ୍କୁ 16ତମ ମ୍ୟାଚର 4 ରାଉଣ୍ଡ ପରାସ୍ତ କରିଛନ୍ତି । ଏହା ସହିତ ସେ କ୍ବାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଭାବିନା ତିନୋଟି ସିଧାସଳଖ ସେଟରେ 3-0 (12-10, 13-11, 11-6)ରେ ଜୋଏସଙ୍କୁ ପରାସ୍ତ କରିଛନ୍ତି । ଜୋଏସ୍ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ । ଭାବିନା ପଏଣ୍ଟ ବଞ୍ଚାଇବାକୁ ପ୍ରଥମ ସେଟ୍ 12-10 ପଏଣ୍ଟ ସହିତ କମବ୍ୟାକ କରିଥିଲେ ।
ଭାରତୀୟ ପ୍ୟାଡଲର ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ବ୍ରାଜିଲ ବିପକ୍ଷରେ ଦ୍ବିତୀୟ ଖେଳ 13-11ରେ ହାତେଇଥିଲେ । ଭାବିନା 7-10 ସ୍କୋର ସହିତ ଖେଳକୁ 13-11 ସିଲ୍ କରିବା କରିବା ସହିତ ସମସ୍ତ ତିନୋଟି ପଏଣ୍ଟକୁ ବଞ୍ଚାଇଥିଲେ । ତୃତୀୟ ପର୍ଯ୍ୟାୟରେ 0-3 ସହ କମବ୍ୟାକ କରି 11-6 ଖେଳକୁ ସିଲ୍ କରି 3-0 ବିଜୟ ସହ କ୍ବାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।