ନୂଆଦିଲ୍ଲୀ:ମହିଳା ଭାରୋତ୍ତୋଳନରେ ଶନିବାର ସ୍ବର୍ଣ୍ଣ ପଦକ ଜିତିଥିବା ଚାଇନା ଭାରୋତ୍ତୋଳନକାରୀ ଜିହିୟୁଇ ହୋଉଙ୍କୁ ବଡ ଝଟ୍କା । ଡୋପିଂ ନିରୋଧ ଅଧିକାରୀଙ୍କ ଦ୍ବାରା ସେ ଡୋପ୍ ଟେଷ୍ଟର ସାମ୍ନା କରିବେ ବୋଲି ଜଣାପଡିଛି । ଜିହିୟୁଇ ଯଦି ଟେଷ୍ଟରେ ଫେଲ୍ ହୁଅନ୍ତି, ତେବେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ବିଜେତା ଘୋଷିତ କରାଯିବା ସହ ସ୍ବର୍ଣ୍ଣ ପଦକ ମିଳିବ ।
ଜିହିୟୁଇଙ୍କୁ ଟୋକିଓରେ ରହିବାକୁ କୁହାଯାଇଛି ଓ ଟେଷ୍ଟ ଖୁବଶୀଘ୍ର ହେବ ବୋଲି ଜଣାପଡିଛି । 210 କିଲୋଗ୍ରାମ ଭାର ଉଠାଇ ଚାଇନାର ହୋଉ, ନୂଆ ଅଲମ୍ପିକ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ ।