ଟୋକିଓ:ଚଳିତ ଅଲମ୍ପିକ୍ରୁ ବାଦ ପଡିବା ପରେ ଭାରତୀୟ ତୀରନ୍ଦାଜ ତାରକା ଅତନୁ ଦାସ ପଦକ ଜିତିନପାରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଶନିବାର ୟୁମେନୋସିମା ପାର୍କରେ ଖେଳାଯାଇଥିବା 1/୮ ଏଲିମିନେସନ ରାଉଣ୍ଡରେ ଜାପାନର ତାକାହାରୁ ଫୁରୁକାୱାଙ୍କ ଠାରୁ ପୁରୁଷ ବ୍ୟକ୍ତିଗତ ବର୍ଗ ଇଭେଣ୍ଟରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାହାର ହୋଇଥିଲେ ।
ଏହାପରେ ଅତନୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ବିଟରେ ଲେଖିଛନ୍ତି, "Sorry INDIA, ଏହି ଅଲମ୍ପିକରେ ସଫଳ ହୋଇପାରିଲିନି । ଏବେ ପର୍ଯ୍ୟନ୍ତ ଭାରତ ଭଲ ସ୍ଥିତିରେ ରହିଛି, ଆଗକୁ ବଢିବାକୁ ହେବ, ଜୟ ହିନ୍ଦ୍ ।"