ଓଡିଶା

odisha

By

Published : Aug 6, 2021, 10:36 PM IST

ETV Bharat / sports

Tokyo Olympics Day 16: ଭାରତ ପାଇଁ ପଦକ ଆଶାର ଶେଷ ଦିନ

ନଜର ପକାଇବା ଶନିବାର କଣ ରହିଛି ଭାରତୀୟ ହକି ଟିମ୍‌ର ଇଭେଣ୍ଟ ଓ କେଉଁ ଖେଳାଳିଙ୍କ ଉପରେ ରହିବ ନଜର ।

Tokyo Olympics, schedule for Day 16, Indian athletes to watch out for, 7 ଅଗଷ୍ଟ ପାଇଁ ଭାରତର ଇଭେଣ୍ଟ, ଏହି ଖେଳାଳିଙ୍କ ଉପରେ ନଜର
Tokyo Olympics: 7 ଅଗଷ୍ଟ ପାଇଁ ଭାରତର ଇଭେଣ୍ଟ, ଏହି ଖେଳାଳିଙ୍କ ଉପରେ ନଜର

ଟୋକିଓ:ଶୁକ୍ରବାର ଟୋକିଓ ଅଲମ୍ପିକ୍‌ରେ ଭାରତର ପ୍ରଦର୍ଶନ ସଙ୍ଘର୍ଷପୂର୍ଣ୍ଣ ରହିଥିଲା । ମହିଳା ହକି କାଂସ୍ୟ ପଦକ ମ୍ୟାଚରେ ଜୋରଦାର ଲଢ଼େଇ ସତ୍ତ୍ବେ ହାରିଯାଇଥିଲେ ଭାରତୀୟ ମହିଳା ଦଳ । ସେପଟେ ଆଣ୍ଠୁରେ ଆଘାତ ଲାଗିବା ସତ୍ତ୍ବେ କ୍ବାର୍ଟର ଫାଇନାଲରେ ଜିତି ସେମିରେ ପ୍ରବେଶ କରିଥିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । କିନ୍ତୁ ସେମି ଫାଇନାଲରେ ଜିତି ପାରିନଥିଲେ ବଜରଙ୍ଗ ।

ସେପଟେ ଗଲ୍ଫରେ ଅଦିତି ଅଶୋକ ଚମତ୍କାର ପ୍ରଦର୍ଶନ କରି ଟେବୁଲର ଦ୍ବିତୀୟ ନମ୍ବରରେ ରହିଛନ୍ତି । ଶନିବାର ଭଲ ପ୍ରଦର୍ଶନ କଲେ ତାଙ୍କଠାରୁ ମଧ୍ୟ ପଦକ ଆଶା ରହିଛି । ୪x୪୦୦ ରିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ ଭାରତୀୟ ଆଥଲେଟ ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ଟେବୁଲର ଚତୁର୍ଥ ନମ୍ବରରେ ରହି ନିରାଶ ହୋଇଛି ରିଲେ ଦଳ ।

ତେବେ ଆଶନ୍ତୁ ନଜର ପକାଇବା ଶନିବାର କଣ ରହିଛି ଭାରତୀୟ ହକି ଟିମ୍‌ର ଇଭେଣ୍ଟ ଓ କେଉଁ ଖେଳାଳିଙ୍କ ଉପରେ ରହିବ ନଜର ।

ଗଲ୍ଫ (ମହିଳା ରାଉଣ୍ଡ-୪): ଦିକ୍ଷା ଦାଗର

ଭାରତୀୟ ଭୋର୍‌ ସକାଳ ୪.୧୭ ରୁ ହେବ ଆରମ୍ଭ ।

ଗଲ୍ଫ (ମହିଳା ରାଉଣ୍ଡ-୪): ଅଦିତି ଅଶୋକ

ଭାରତୀୟ ସମୟ ଭୋର୍‌ ୪.୪୮ ରୁ ହେବ ଆରମ୍ଭ ।

କୁସ୍ତି (ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ, କାଂସ୍ୟ ପଦକ ମ୍ୟାଚ): ବଜରଙ୍ଗ ପୁନିଆ

ଭାରତୀୟ ସମୟ ଅପରାହ୍ଣ ୩.୫୫ ରୁ ହେବ ଆରମ୍ଭ ।

ଆଥଲେଟିକ୍ସ (ପୁରୁଷ ଜାଭେଲିନ ଥ୍ରୋ ଫାଇନାଲ): ନୀରଜ ଚୋପ୍ରା

ଭାରତୀୟ ସମୟ ଅପରାହ୍ଣ ୪.୩୦ ରୁ ହେବ ଆରମ୍ଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details