ଟୋକିଓ: ଅଲମ୍ପିକ ଆକାଶରେ ଅଦୃଶ୍ୟ କୋଭିଡ-୧୯ ଭୂତାଣୁର ଭୟ ସତ୍ତ୍ବେ ଆଗେଇ ଚାଲିଛି ପ୍ରତିଯୋଗିତା । ଟୋକିଓ ଅଲମ୍ପିକ ଆୟୋଜକ କମିଟି ଗୁରୁବାର ନୂଆ ୨୪ COVID-19 ପଜିଟିଭ କେସ୍ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି । ସଂକ୍ରମିତ ଚିହ୍ନଟ ସମସ୍ତ ସଦସ୍ୟ ଅଲମ୍ପିକ ଖେଳ ସହିତ ଜଡିତ । ଚଳିତ ମାସ ଆରମ୍ଭରୁ ଏଯାବତ ଅଲମ୍ପିକ କମିଟି ଚିହ୍ନଟ କରିଥିବା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ ।
ଗୁରୁବାର ଚିହ୍ନଟ ୨୪ ନୂଆ କେସ୍ ସହିତ ମୋଟ ସଂଖ୍ୟା୧୯୩କୁ ବୃଦ୍ଧି ପାଇଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଟୋକିଓ ଅଲମ୍ପିକ୍ରେ ଅଂଶଗ୍ରହଣ କରିବାକୁ ଆସିଥିବା ୩ଜଣ ବିଦେଶୀ ଖେଳାଳି ମଧ୍ୟ ରହିଛନ୍ତି । ଅଲମ୍ପିକ ଭିଲେଜରେ ୩ ସଂକ୍ରମିତ ଚିହ୍ନଟ ଖେଳାଳି ରହୁଥିଲେ । ଜାପାନରେ ୯,୫୮୩ ଓ ଟୋକିଓ ସହରରେ ୩,୧୭୭ ସଂକ୍ରମିତ ସହ ସର୍ବକାଳୀନ ଦୈନିକ ସଂକ୍ରମଣର ରେକର୍ଡ ଭାଙ୍ଗିବାର ଦିନକ ପରେ ଅଲମ୍ପିକ ଆୟୋଜକ କମିଟି ମଧ୍ୟ ଅଧିକ ସଂଖ୍ୟକ ପଜିଟିଭ ଖେଳାଳି ଚିହ୍ନଟ ହୋଇଥିବା ଘୋଷଣା କରିଛି ।