ଓଡିଶା

odisha

ETV Bharat / sports

ଭାରତରେ ହକିର ପୁନର୍ଜନ୍ମ: ଗୋଲକିପର ଶ୍ରୀଜେଶ - rebirth' of hockey

ଜର୍ମାନୀର ୧୩ ପେନାଲିଟି କର୍ଣ୍ଣରକୁ ଏକାକି ରୋକିଥିଲେ ଅଭିଜ୍ଞ ଭାରତୀୟ ଅଭିଜ୍ଞ ଗୋଲ୍‌କିପର ପିଆର୍‌ ଶ୍ରୀଜେଶ । ଅଧିକ ପଢନ୍ତୁ...

Tokyo Olympics: It's a 'rebirth' of hockey in India, says PR Sreejesh after winning bronze
ଭାରତରେ ହକିର ପୁନର୍ଜନ୍ମ: ଗୋଲକିପର ଶ୍ରୀଜେଶ

By

Published : Aug 5, 2021, 3:05 PM IST

ଟୋକିଓ(ଜାପାନ):ଭାରତୀୟ ହକି ଷ୍ଟାର ଓ ଅଲମ୍ପିକ ପଦକ ବିଜେତା ଗୋଲକିପର ପିଆର ଶ୍ରୀଜେଶ ବ୍ରୋଞ୍ଜ ବିଜୟ ପରେ ଉତ୍ସାହିତ । ଏହା ଦେଶରେ ହକିର 'ପୁନର୍ଜନ୍ମ' ବୋଲି କହିଛନ୍ତି ଶ୍ରୀଜେଶ । ୪୧ ବର୍ଷ ଲାଗିଲା ସତ, ମାତ୍ର ପ୍ରତି ଭାରତୀୟଙ୍କ ସ୍ବପ୍ନ ଶେଷରେ ଗୁରୁବାର ପୂରଣ ହୋଇଛି । ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ରେ ହରାଇ ଇତିହାସ ରଚିଛି ।

ଶକ୍ତିଶାଳୀ ଜର୍ମାନୀକୁ ପରାଜିତ କରିବାକୁ ସମସ୍ତ ଶକ୍ତି ଲଗାଇଥିଲେ ମେନ ଇନ ବ୍ଲୁ । ମ୍ୟାଚରେ ୧-୩ରେ ପଛୁଆ ଥିଲେ ମଧ୍ୟ ମନୋବଳ ଦୁର୍ବଳ ନ କରି ଅଧିକ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ । ଗୋଲ୍‌ ପାଇଁ ବାରମ୍ବାର ପ୍ରୟାସ କରିଥିଲା ଜର୍ମାନୀ । ମାତ୍ର ଜର୍ମାନୀର ୧୩ ପେନାଲିଟି କର୍ଣ୍ଣରକୁ ଏକାକି ରୋକିଥିଲେ ଅଭିଜ୍ଞ ଶ୍ରୀଜେଶ । ଶେଷ ସେକେଣ୍ଡ ପର୍ଯ୍ୟନ୍ତ ମଧ୍ୟ ମ୍ୟାଚରେ ରୋମାଞ୍ଚ ଭରି ରହିଥିଲା ଓ ଶେଷ ପେନାଲିଟି କର୍ଣ୍ଣରକୁ ରୋକିବା ସହ ଭାରତର ବ୍ରୋଞ୍ଜ ପଦକ ବିଜୟ ସୁନିଶ୍ଚିତ କରିଥିଲେ ଶ୍ରୀଜେଶ ।

ଭାରତ ପାଇଁ ସିମ୍ରନଜିତ(୧୭ତମ, ୩୪ତମ ମିନିଟ)ରେ ଗୋଲ୍‌ କରିଥିଲେ । ସେହିପରି ହରମନପ୍ରିତ ସିଂହ(୨୭ତମ, ୨୯ତମ) ଓ ରୁପିନ୍ଦର ପାଲ ସିଂହ ପେନାଲିଟି ଷ୍ଟ୍ରୋକରେ ୩୧ତମ ମିନିଟରେ ଗୋଲ୍‌ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details