ଟୋକିଓ(ଜାପାନ):ଟୋକିଓ ଅଲମ୍ପିକର ଦ୍ବିତୀୟ ଦିନରେ ରୋଇଂ ଇଭେଣ୍ଟରେ ଭାରତକୁ ବଡ ଝଟକା । ଶନିବାର ଖେଳାଯାଇଥିବା ସି ଫରେଷ୍ଟ ୱାଟରୱେ ଲାଇଟୱେଟ ପୁରୁଷ ଯୁଗଳ ସ୍କଲ୍ସରେ ଫେଲ୍ ମାରିଛନ୍ତି ଅର୍ଜୁନ ଲାଲ ଜାଟ୍ ଓ ଅରବିନ୍ଦ ସିଂହ । ଏଥିସହ ସେମିଫାଇନାଲ A/Bରାଉଣ୍ଡକୁ ଉନ୍ନୀତ ହେବାରୁ ବଞ୍ଚିତ ହୋଇଛନ୍ତି ଦୁଇ ଭାରତୀୟ ଖେଳାଳି ।
ଦୁଇ ଭାରତୀୟ ଖେଳାଳିଙ୍କ ମହିତ ଅନ୍ୟ 3ଟି ଟିମ 6:40.33 ସମୟରେ ପ୍ରତିଯୋଗିତା ଶେଷ କରିଥିଲେ । ଅର୍ଜୁନ ବୋଓର ଥିଲେ ଓ ଅରବିନ୍ଦଙ୍କ ଉପରେ ଷ୍ଟୋକିଂର ଦାୟିତ୍ବ ଥିଲା । 1500 ମିଟର ପର୍ଯ୍ୟନ୍ତ ଦୁଇ ଭାରତୀୟ ଯୋଡି ଶେଷରେ ରହିଥିଲେ, ମାତ୍ର ଶେଷ ଭାଗରେ କିଛି ଲଢୁଆ ପ୍ରଦର୍ଶନ ସହ ଉରୁଗାନ ଚ୍ୟାଲେଞ୍ଜକୁ ପାର୍ କରି ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।