ଟୋକିଓ: ମଉଳିଗଲା ବ୍ରୋଞ୍ଜ ପଦକ ଆଶା । ଇତିହାସ ରଚିପାରିଲାନି ଭାରତ । ବ୍ରୋଞ୍ଚ ପାଇଁ ଅନୁଷ୍ଠିତ ମୁକାବିଲାରେ ବ୍ରିଟେନଠୁ ହାରିଲା ଭାରତ । ୪-୩ ଗୋଲ୍ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍ । ପରାଜୟ ଦେଲା ଆଖିରେ ଲୁହ ।
ମ୍ୟାଚର ପ୍ରଥମ କ୍ବାର୍ଟରରେ କିଛି ଗୋଲ୍ ହୋଇ ନଥିଲା । ଦ୍ବିତୀୟ କ୍ବାର୍ଟର ପ୍ରଥମରୁ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ କରିଥିଲା । ଭାରତୀୟ ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକରେ ବଲ୍ ବାଜି ଏହି ଗୋଲଟି ହୋଇଥିଲା, ଯାହା ଦଳକୁ ନିରାଶ କରିଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା । ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ।
ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ ଗୁରଜିତ। ଏହା ସହିତ ଦୁଇ ଦଳ ୨-୨ ସ୍ଥିତିରେ ପହଞ୍ଚି ଯାଇଥିଲେ । ଏହା ପରେ ବନ୍ଦନା କଟାରିଆ ଆଉ ଏକ ଗୋଲ୍ କରିଥିଲେ । ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା ।